Latest Odisha News

BREAKING NEWS

ଭଲ ଖବର; ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ପିଲାମାନଙ୍କ ଲାଗି ଭଲ ଖବର। ଶିଶୁଙକ ଟିକାକରଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେରିକା ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକାକୁ ଅନୁମୋଦନ କରିଛି। ଗତ ଶନିବାର ଦିନ ଏଫ୍‌ଡିଏ ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକା ଅନୁମୋଦନ କରିଥିଲା, ଏହା ପରେ ଏହାର ସମୀକ୍ଷା କରାଯାଇଥିଲା ଏବଂ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏହାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଥିଲା।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟ୍ୱିଟ୍ କରି କହିଛନ୍ତି ଯେ ଏଫ୍‌ଡିଏ ଦ୍ୱାରା ସମୀକ୍ଷା ଏବଂ ପ୍ରାଧିକରଣ ପ୍ରକ୍ରିୟା ପରେ ସିଡିସି ଆନୁଷ୍ଠାନିକ ଭାବେ ୫ରୁ ୧୧ ବର୍ଷ ପିଲାମାନଙ୍କ ପାଇଁ ଫାଇଜର ଟିକାକୁ ସୁପାରିଶ କରିଛି।

ଏହା ଉତ୍ସାହଜନକ ଖବର ଏବଂ କରୋନାକୁ ପରାସ୍ତ କରିବାକୁ ଆମର ସଂଗ୍ରାମରେ ଏକ ବଡ଼ ପଦକ୍ଷେପ।ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ନଭେମ୍ବର ୮ ରୁ ଆରମ୍ଭ ହୋଇପାରେ ବୋଲି ବାଇଡେନ୍‌ କହିଛନ୍ତି।

Comments are closed.