ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ୨୫% ଶୁଳ୍କ ମାଡ ଏବେ ଉଷ୍ମତା ବଢାଇଥିବା ବେଳେ ଏବେ ଆମେରିକାର ଶକ୍ତଶାଳୀ ପ୍ରଯୁକ୍ତିବିଦ୍ୟାକୁ ବଡ ଝଟକା ଲାଗିଥିବରା ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାର ଶିକାର ହୋଇଛି ଆମେରିକାର ଲଢୁଆ ବିମାନ । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର କାଲିଫର୍ନିଆ ରାଜ୍ୟରେ ଆମେରିକୀୟ ନୌସେନାର F-35 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଏହା ସଂପୂର୍ଣ୍ଣ ଧ୍ବଂସ ପାଇଥିବା ସୂଚନା ରହିଛି । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବିମାନର ପାଇଲଟ୍ ସଫଳତାର ସହ ବାହାରକୁ ବାହାରି ଆସିଛନ୍ତି ।
ବିମାନ ଦୁର୍ଘଟଣା ବିଷୟରେ ଆମେରିକୀୟ ନୌସେନା ଏକ ପ୍ରେସ୍ ବିବୃତ୍ତି ଜାରି କରିଥିବା ବେଳେ ସେଥିରେ କହିଛି, ବୁଧବାର କାଲିଫର୍ନିଆର ନୌସେନା ଏୟାର ଷ୍ଟେସନ ଲେମୁର ନିକଟରେ ଏକ ଆମେରିକୀୟ ନୌସେନାର F-35 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲେମୁର କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରରୁ ପ୍ରାୟ ୪୦ ମାଇଲ୍ (୬୪ କିଲୋମିଟର) ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ଦୁର୍ଘଟଣା ସମୟରେ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଘଟିଥିବା ଏହି ଦୁର୍ଘଟଣାର କାରଣଗୁଡ଼ିକର ତଦନ୍ତ କରାଯାଉଛି । ଏଥିସହିତ ଏହା ବି ସୂଚନା ଦିଆଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ F-35 ଲଢ଼ୁଆ ବିମାନଟି ରଫ୍ ରାଇଡର୍ସ ଭାବରେ ଜଣାଶୁଣା ଷ୍ଟ୍ରାଇକ୍ ଫାଇଟର ସ୍କ୍ୱାଡ୍ରନ୍ VF-125 କୁ ନିୟୋଜିତ କରାଯାଇଥିଲା । VF-125 ହେଉଛି ଏକ ଫ୍ଲିଟ୍ ରିପ୍ଲେସମେଣ୍ଟ ସ୍କ୍ୱାଡ୍ରନ୍, ଯାହା ପାଇଲଟ୍ ଏବଂ ଏୟାରକ୍ରୁଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟ କରେ ।
ତେବେ କହିରଖୁଛୁ, F-35 କୁ ବିଶ୍ୱର ସବୁଠାରୁ ଆଧୁନିକ ୫ମ ପିଢ଼ିର ବିମାନ ଭାବରେ ବିବେଚନା କରାଯାଏ। ଏହା ବର୍ତ୍ତମାନ ବିଶ୍ୱର ସବୁଠାରୁ ମହଙ୍ଗା ବିମାନ ମଧ୍ୟ । ଆଉ ଏହାର ଏଭଳି ଧ୍ବଂସ ହେବା ଆମେରିକା ପ୍ରଯୁକ୍ତି ବିଦ୍ୟାକୁ ଏକ ଆଘାତ ।
Comments are closed.