Latest Odisha News

BREAKING NEWS

ଇତିହାସ ରଚିଲେ ରୋହନ ବୋପାନ୍ନା: ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବୟୋଜ୍ୟେଷ୍ଠ ଖେଳାଳି( ୪୩ ବର୍ଷ, ୬ମାସ) ଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ କାନାଡାର ଡାନିଏଲ ନେଷ୍ଟରଙ୍କ ନାମରେ ରହିଥିଲା । ୟୁଏସ ଓପନ ପୁରୁଷ ଡବଲ୍ସ ସେମିଫାଇନାଲରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ୫ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଫ୍ରାନ୍ସ ଯୋଡି ପିୟର ହ୍ୟୁଗର୍ସ ହବର୍ଟ ଓ ନିକୋଲସ ମାହୋତଙ୍କୁ ୭-୬, ୬-୨ ସେଟରେ ପରାସ୍ତ କରିଥିଲେ । କ୍ୱାର୍ଟର ଫାଇନାଲରେ ସେମାନେ ଆମେରିକୀୟ ଯୋଡି ନିଏଲ ଲିମନ୍ସ ଓ ଜ୍ୟାକସନ ୱିଥ୍ରୋଙ୍କୁ ୭-୬, ୬-୧ରେ ହରାଇ ସେମିକୁ ଉନ୍ନୀତ ହୋଇଥିଲା ।

ବୋପାନ୍ନା ପୂର୍ବରୁ ମିକ୍ସଡ ଡବଲ୍ସରେ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇ ସାରିଛନ୍ତି । ଅପରପକ୍ଷରେ ୟୁଏସ ଓପନରେ ଆମେରିକାର ଯୁବ ଟେନିସ ଖେଳାଳି କୋକୋ ଗଫ ଚେକ ରିପବ୍ଲିକର କରୋଲିନା ମୁଚାବେଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ବିରୋଧ ଯୋଗୁ ୪୯ ମିନିଟ ଖେଳ ବନ୍ଦ ରହିଥିଲା । ୩ଜଣ କ୍ଲାଇମେଟ ଆନ୍ଦୋଳନକାରୀ ଟି ସର୍ଟରେ ଏଣ୍ଡ ଫସିଲ୍ସ ଫ୍ୟୁଏଲ୍ସ ବୋଲି ଲେଖି ବିରୋଧ କରିଥିଲେ ।

Leave A Reply

Your email address will not be published.