Latest Odisha News

ପାଣି ପାଇଁ ପ୍ରତିବାଦ: ଗରା,ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା

ଗଞ୍ଜାମ: ଖରାଦିନେ ପାଣି ଅଭାବର କଥା ଶୁଣିଛନ୍ତି କିନ୍ତୁ ବର୍ଷା ଦିନେ ପାଣି ସମସ୍ୟା କଥା କେବେ ଶୁଣିଛନ୍ତି କି ? ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଗୋଛବାଡି ଗାଁରେ  । ପାଣି ପାଇଁ ଲୋକ ରାସ୍ତାରୋକ କରିଛନ୍ତି  । ତାହା ପୁଣି ରାଜରାସ୍ତାରେ ଗରା, ମାଠିଆ ଧରି  ଅଭିନବ ଢଙ୍ଗରେ  ।

BjdElectrycity

ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପିଇବା ପାଣି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ବିଡିଓଙ୍କୁ ଜଣାଇଛନ୍ତି  । ହେଲେ କିଛି ସୁଫଳ ମିଳିନି  । ଫଳରେ ଲୋକ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି  । ଫଳରେ ଏହି ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇ ଘଣ୍ଟା ହେଲା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ  ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି  ।

 

Leave A Reply

Your email address will not be published.