Latest Odisha News

BREAKING NEWS

ଜୁଲାଇ ୪ ସୁଦ୍ଧା ୭୦ ପ୍ରତିଶତ ଆମେରିକୀୟ ଯୁବ ବର୍ଗଙ୍କୁ ଟିକାକରଣ ଲକ୍ଷ୍ୟ; ବାଇଡେନ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ୪ ତାରିଖ ସୁଦ୍ଧା ଅତି କମରେ ୭୦ ପ୍ରତିଶତ ଆମେରିକୀୟ ଯୁବବର୍ଗଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ବାଇଡେନ୍‌ ପ୍ରଶାସନ କରୋନା ମହାମାରୀ ସହ ଲଢିବାକୁ ପ୍ରମୁଖ ପ୍ରାଥମିକତା ଦେଇଥିଲେ। ଜୁଲାଇ ୪ ହେଉଛି ଆମେରିକାର ସ୍ବାଧୀନତା ଦିବସ। ଏହିଦିନକୁ ଆମେରିକୀୟମାନେ ଏକାଠି ହୋଇ ଛୁଟିଦିନ ପାଳନ କରିବା ତଥା ମହାମାରୀର ମଧ୍ୟଭାଗରେ ଅଧିକ ସ୍ୱାଭାବିକ ଅବସ୍ଥାକୁ ଫେରିବାର ସଙ୍କେତ ଦେଇଥିଲେ ବାଇଡେନ।

ବାଇଡେନ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ଟିକା ଯୋଗାଣ ଅଛି, ଆମେ ଅଧିକ ଆମେରିକୀୟଙ୍କ ନିକଟରେ ଟିକା ପହଞ୍ଚାଇବା ଏବଂ ଦେବା ଉପରେ ଧ୍ୟାନ ଦେଇଛୁ। ଯଦି ଆମେ ଏହି ପ୍ରୟାସରେ ସଫଳ ହୋଇଥାଉ, ତେବେ ଆମେରିକୀୟମାନେ ସ୍ୱାଭାବିକ ଅବସ୍ଥାକୁ ଫେରିପାରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.