Latest Odisha News

ଆମେରିକା ପୁନର୍ବାର ଚେତାଇଲା ଖୁବ ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଇରାନ ପ୍ରସ୍ତୁତି କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଏ ସମ୍ପର୍କରେ ଚେତାଇଥିଲେ । ଏବେ ଶନିବାର ସେ ପୂନର୍ବାର ଏ ସମ୍ପର୍କରେ ଇସ୍ରାଏଲକୁ ସତର୍କ କରାଇଛନ୍ତି । ଇରାନ ପୂର୍ବାନୁମାନ ତୁଳନାରେ ଶୀଘ୍ର ଆକ୍ରମଣ କରିବ । ଏହି ଅବସରରେ ସେ ପରୋକ୍ଷରେ ଇରାନକୁ ସତର୍କ କରାଇ କହିଛନ୍ତି ଯେ, ଆମେ ଇସ୍ରାଏଲର ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ । ଇରାନ ଆକ୍ରମଣ କଲେ ପଶ୍ଚିମ ଏସିଆରେ ଅଶାନ୍ତି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସିରିୟାରେ ଇରାନ ଦୂତାବସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପଂହଚିଛି ।

ଇରାନ ଏହାର ପ୍ରତିଶୋଧ ନେବ ବୋଲି କହିଛି । ଅପରପକ୍ଷରେ ଇସ୍ରାଏଲ ଏବେ ହମାସ ଏବଂ ହିଜୁବୁଲ୍ଲାହ ସହ ଲଢ଼େଇ ଜାରୀ ରଖିଛି । ଇରାନର ପ୍ରବେଶ ସ୍ଥିତି ଭୟଙ୍କର କରିବ ବୋଲି ଆଶଙ୍କା କରାଯାଉଛି । ଇରାନ ଆକ୍ରମଣ କଲେ ହିଜୁବୁଲ୍ଲାହ ଏଥିରେ ସାମିଲ ହେବନି ବୋଲି କହିଛି । ଇସ୍ରାଏଲ ମଧ୍ୟ ଇରାନ ଆକ୍ରମଣ କଲେ ଉଚିତ ଜବାବ ଦିଆଯିବ ବୋଲି କହିଛି ।

Leave A Reply

Your email address will not be published.