ଅହମଦାବାଦ୍: ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ସୋମବାର ଟ୍ରମ୍ପ ଗୁଜୁରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିିବେ।
ଭାରତ ପହଞ୍ଚିବା ବିପରେ ଟ୍ରମ୍ପ ସାବରମତୀ ଆଶ୍ରମ ଗସ୍ତ କରିବା ପରେ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ।
ଭାରତର ଲୋକଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଟ୍ରମ୍ପ ଅହମଦାବାଦରେ ଏକ ବିଶାଳ ରୋଡ ଶୋ’ କରିବେ। ଏଥିରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି ।
Comments are closed.