Latest Odisha News

ତାଇୱାନ ସୀମାରେ ଚୀନର ସମରାଭ୍ୟାସ ଉପରେ କଡା ନଜର ରଖିଛୁ: ଆମେରିକା

ୱାଶିଂଟନ ଡିସି: ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍‌ଙ୍କର ଆମେରିକା ଗସ୍ତ ଚୀନକୁ ଚିଡ଼ାଇ ଦେଇଛି। ଏଥିପାଇଁ ସେ ତାଇୱାନ ସୀମା ନିକଟରେ ୩ ଦିନିଆ ସମରାଭ୍ୟାସ ଘୋଷଣା କରି ପଡ଼ୋଶୀ ଦେଶକୁ ଯୁଦ୍ଧ ପାଇଁ ଉକ୍‌ସାଉଛି। ତାଇୱାନ୍‌ର ଉଭୟ ଆକାଶ ସୀମା ଓ ଜଳ ସୀମାରେ ଚୀନ ଯୁଦ୍ଧ ଜାହାଜ ଓ ବିମାନ ଛାଡ଼ି ସମରାଭ୍ୟାସ ଜାରି ରଖିଛି। ଏପ୍ରିଲ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଘଟଣାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା। ଚୀନର ସମରାଭ୍ୟାସ ଉପରେ ଆମେରିକା କଡ଼ା ନଜର ରଖିଛି ବୋଲି ରବିବାର ତାଇୱାନ୍‌ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୀମାରେ ଶାନ୍ତି କାଏମ ରଖିବା ପାଇଁ ଆମ ପାଖରେ ଯଥେଷ୍ଟ ବଳ ଅଛି ବୋଲି ଆମେରିକା କହିଛି।

ସୂଚନା ଥାଉକି ବେଜିଂ ଧମକ ଦେବା ପରେ ତାଇୱାନ ରାଷ୍ଟ୍ରପତି ଆମେରିକା ଗସ୍ତ କରି ବାଚସ୍ପତି କେଭି ମ୍ୟାକାର୍ଥୀଙ୍କୁ ଭେଟିଥିଲେ। ଯାହା ଚୀନକୁ ଚିଡ଼ାଇ ଦେଇଛି। ଏନେଇ ଆମେରିକା କହିଛି ଯେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ରହିଛି। ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆମେରିକା ସବୁବେଳେ ଚେଷ୍ଟା କରି ଆସିଛି। ଚୀନ ପାଇଁ ଆମେରିକାର ଆଲୋଚନାର ଦ୍ୱାର ଖୋଲା ରହିଛି ବୋଲି ତାଇୱାନୀରେ ଥିବା ଆମେରିକା ଦୂତାବାସ ପ୍ରବକ୍ତା କହିଛନ୍ତି।।

Comments are closed.