Latest Odisha News

BREAKING NEWS

ଟ୍ରମ୍ପ୍ ‘ଜାତିବାଦୀ’; କମଲା ହାରିସ୍‌

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ଜାତିବାଦୀ’ ବୋଲି କହିଛନ୍ତି ଏବଂ କହିଛନ୍ତି ଏମିତି ନୁହେଁ ଯେ ସେ ହଠାତ୍ ସେ କିଛି କରନ୍ତି କିମ୍ବା କିଛି କୁହନ୍ତି ବରଂ ତାଙ୍କ ଭିତରେ ଏକ ଭିନ୍ନ ଢାଞ୍ଚା ଦେଖିବାକୁ ମିଳେ।

ରିପୋର୍ଟ ଅନୁଯାୟୀ, ଲୋକମାନେ ମୋତେ ପଚାରିଥିଲେ ଯେ ଡୋନାଲ୍ଡ ଟ୍ରମ୍ପ ‘ଜାତିବାଦୀ’ କି? ଏହାର ଉତ୍ତରରେ ହାରିସ୍‌ କିହିଛନ୍ତି ହଁ, ସେ ଜାତିବାଦୀ “।

ହ୍ୟାରିସ୍ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଦରକାର ସିଏ ହେବା ଉଚିତ ଯିଏ “ଆମେରିକାର ଇତିହାସ ଏବଂ ବ୍ୟବସ୍ଥିତ ଜାତିଭେଦର ଉପସ୍ଥିତିକୁ ସ୍ୱୀକାର କରିପାରିବେ” ଏବଂ ଏହାର ମୁକାବିଲା କରିବା ପାଇଁ ସତ୍ୟ ଆଶ୍ରୟ ଲୋଡୁଥିବ। ଏହାସହିତ ନାଗରିକ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନେତାମାନଙ୍କୁ ସେମାନଙ୍କର ଭୋଟ୍ ଦେଇ ସମ୍ମାନିତ କରିବାକୁ ହ୍ୟାରିସ୍ ଲୋକଙ୍କୁ ନିବେଦନ କରିଛନ୍ତି।

Comments are closed.