Latest Odisha News

BREAKING NEWS

ମୋଦିଙ୍କୁ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ ଟୁଇଟରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛି । ମୋଦି ବିଶ୍ୱର ଏମିତି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିବା ଆରମ୍ବ କରିଛି । ୨ ଦିନ ପୂର୍ବରୁ କରୋନା ଭାଇରସ୍ ନେଇ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଔଷଧ ପଠାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ସରକାର ପ୍ରତିବନ୍ଧକ ହଟାଇ ମାନବିକତା ଦୃଷ୍ଟିରୁ ଆମେରିକାକୁ ଏହା ଉପଲବ୍ଧ କରାଇଲେ। ଏହା ପରେ ଟ୍ରମ୍ପ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଆମେରିକାର ସବୁଠାରୁ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି।

 ହ୍ୱାଇଟ୍ ହାଉସ୍ ମାତ୍ର ୧୯ ଜଣଙ୍କୁ ଫଲୋ କରୁଥିଲା । ଏଥିରେ କେହି ବି ବିଦେଶୀ ନେତା ନଥିଲେ । ଭାରତର କେବଳ ପିଏମଓ, ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏପର୍ୟ୍ୟନ୍ତ ଫଲୋ କରୁଥିଲା ହ୍ୱାଇଟ୍ ହାଉସ୍ । ଏବେ ତୃତୀୟ ଟ୍ୱିଟର ହ୍ୟାଣ୍ଡେଲ ନରେନ୍ଦ୍ର ମୋଦିଙ୍କ ନାଁରେ ଯାହାଙ୍କୁ ହ୍ୱାଇଟ୍ ହାଉସ୍ କାର୍ୟ୍ୟାଳୟ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛି ।

Comments are closed.