Latest Odisha News

BREAKING NEWS

କରୋନାଭାଇରସ୍‌ରୁ ମୁକ୍ତି ପାଇଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା !

ନେଦରଲ୍ୟାଣ୍ଡ: କରୋନାଭାଇରସ୍‌କୁ ହରାଇଲେ ୧୦୭ ବର୍ଷୀୟ ଡଚ୍ ମହିଳା । ରୋଗମୁକ୍ତ ହେବା ପରେ ମହିଳା ଜଣକ ବିଶ୍ୱର ବୟୋଜ୍ୟେଷ୍ଠ କରୋନା ମୁକ୍ତ ରୋଗୀ ଭାବେ ବିବେଚିତ ହୋଇଛନ୍ତି ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଡଚ୍ ମହିଳା କେର୍ଣ୍ଣଲିଆ ରାସ୍ ୧୦୭ତମ ଜନ୍ମଦିନର ମାତ୍ର ଗୋଟିଏ ଦିନ ପରେ ଅସୁସ୍ଥ ହୋଇପଡିଥିଲେ । ଚର୍ଚ୍ଚରେ ଏକ ଧାର୍ମିକ ସଭାରେ ଯୋଗଦେଇ ଫେରିବା ପରେ ମାର୍ଚ୍ଚ ୧୭ରେ ତାଙ୍କୁ ଅସୁସ୍ଥତା ଅନୁଭବ ହୋଇଥିଲା ।

ପରୀକ୍ଷଣରୁ ଜଣାପଡିଥିଲା ରାସ୍‌ଙ୍କ ସମେତ ଅନ୍ୟ ୪୦ ଜଣ ମଧ୍ୟ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ । ସେଥିମଧ୍ୟରୁ ୧୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ରାସ୍ କରୋନାଭାଇରସ୍‌କୁ ହରାଇ ବିଜୟୀ ହୋଇଛନ୍ତି ।

ତାଜା ରିପୋର୍ଟ ଅନୁସାରେ ନେଦରଲ୍ୟାଣ୍ଡରେ ୨୫୦୦ରୁ ଅଧିକ କରୋନାଭାଇରସରେ ପ୍ରାଣ ହରାଇଥିଲାବେଳେ କେର୍ଣ୍ଣଲିଆ ରାସ୍ ଏବେ ବିନା କୌଣସି ଔଷଧ ଓ ଆଶାବାଡିରେ ବୁଲାଚଲା କରିପାରୁଛନ୍ତି ।

Leave A Reply

Your email address will not be published.