Latest Odisha News

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡ଼ା ଜେଲରେ ଜେରା କରିବ NIA

ଭୁବନେଶ୍ୱର: ଏନଆଇଏ ସ୍କାନରରେ ହାର୍ଡକୋର୍ ମାଓନେତା ଦୁବାସି ଶଙ୍କର । ତାକୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ ବା ଏନଆଇଏ । ଟେରର ଲିଙ୍କ ନେଇ ମାରାଥନ୍ ଜେରା କରିବ । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା କରିବ ଏନଆଇଏର ୩ ଜଣିଆ ଟିମ୍ ।

ଦୁବାସି ଶଙ୍କରକୁ ଜେରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଘଓଇ କୋର୍ଟ । ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ା ପୋଲିସ ହାତରେ ଧରାପଡ଼ିଥିଲା ଦୁବାସି ଶଙ୍କର । ତାପରଠୁ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ମାଓ ହିଂସାକାଣ୍ଡରେ ଦୁବାସିର ସମ୍ପୃକ୍ତି ରହିଛି ।

ତା ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଓବାଦୀ କେଉଁଠୁ ଆଣୁଥିଲେ ଅସ୍ତ୍ରଶସ୍ତ୍ର ? କିଏ ସେମାନଙ୍କୁ ଯୋଗାଉଥିଲା ? ଆତଙ୍କବାଦୀ ସଂଗଠନ ସହ କିଛି ଲିଙ୍କ ରହିଛି କି ? ଏନେଇ ଅଧିକ ତଥ୍ୟ ତା ମୁହଁରୁ ବାହାର କରିବ ଏନଆଇଏ ।

Leave A Reply

Your email address will not be published.