Latest Odisha News

BREAKING NEWS

ମହାଭିଯୋଗ ପ୍ରସ୍ତାବ ଖାରଜ, ଟ୍ରମ୍ପଙ୍କୁ ଆଶ୍ୱସ୍ତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କୁ ମହାଭିଯୋଗରୁ ମିଳିଛି ଆଶ୍ୱସ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି । ଟ୍ରମ୍ପଙ୍କ ନାଁରେ କ୍ଷମତାର ଦୁରୁପୋଯୋଗ ମହାଭିଯୋଗ ହୋଇଥିଲା । ତେବେ ସିନେଟ୍‌ରେ ଶୁଣାଣି ବେଳେ ତାଙ୍କ ଦଳୀୟ ସାଂସଦମାନେ ତାଙ୍କୁ ବହିଷ୍କୃତ ହେବାରୁ ରକ୍ଷା କରିଛନ୍ତି ।

ମହାଭିଯୋଗ ପ୍ରସ୍ତାବ ସିନେଟରେ ଖାରଜ ହୋଇଛି । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ ରବର୍ଟସନଙ୍କ ଅଧ୍ୟକ୍ଷତାରେ ଏହି ବିଚାର ବୈଠକ ବସିଥିଲା । ଟ୍ରମ୍ପ ଦୋଷୀ ନା ନିର୍ଦ୍ଦୋଶ ବୋଲି ଭୋଟ ଗ୍ରହଣ ହୋଇଥିଲା । ତେବେ ସିନେଟ୍‌ର ସଦସ୍ୟମାନେ ଟ୍ରମ୍ପଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ ଦେଇଥିଲେ ।
ସୂଚନା ମୁତାବକ, ଟ୍ରମ୍ପଙ୍କୁ ମହାଭିଯୋଗରୁ ଆଶ୍ୱସ୍ତି ମିଳିଥିଲେ ସୁଦ୍ଧା ୟୁକ୍ରେନ ମାମଲାରୁ ଆଶ୍ୱସ୍ତି ମିଳିନି । ୟୁକ୍ରେନ୍ ମାମଲାରେ ଏବେବି ତାଙ୍କ ଶଣାଣି ବାକି ରହିଥିବା ଜଣାପଡିଛି ।

Leave A Reply

Your email address will not be published.