Latest Odisha News

BREAKING NEWS

+୨ ପରୀକ୍ଷା: ଫେବୃଆରୀ ୮ରୁ ୧୨ ମଧ୍ୟରେ ପ୍ରାକ୍ଟିକାଲ ମାର୍କ ଦାଖଲ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ୨୦୨୦-୨୧ ଯୁକ୍ତଦୁଇ ପରୀକ୍ଷା । ରାଜ୍ୟର ୨୦୪୨ଟି କଲେଜରେ ପ୍ରାକଟିକାଲ ପରୀକ୍ଷା ହୋଇଥିବା ବେଳେ ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୫ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ରାଜ୍ୟର କିଛି କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇ ପାରିନଥିବାରୁ ଏହାକୁ ୩ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୮ତାରିଖକୁ ବୃଦ୍ଧି କରାଯାଇଛି । ଆସନ୍ତା ୮ତାରିଖ ସୁଦ୍ଧା ସବୁ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ୧୨ତାରିଖ ମଦ୍‌ଞରେ ପ୍ରାକ୍ଟିକାଲ ମାର୍କ +୨ ପରିଷଦରେ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଲାଗି ସବୁ କଲେଜର ପ୍ରାକ୍ଟିକାଲ କକ୍ଷରେ ସିସି କ୍ୟାମେରା ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଥିବା ବେଳେ ଫେବୃଆରୀ ୧୫ତାରିଖ ସୁଦ୍ଧା ସବୁ ସିସି କ୍ୟାମେରାର ଫୁଟେଜ +୨ ପରିଷଦରେ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ପ୍ରକାଶ ଥାଉ କି, ଚଳିତବର୍ଷ ରାଜ୍ୟରେ ୧୧୪୨ଟି ପରୀକ୍ଷାକେନ୍ଦ୍ରରେ ମୋଟ୍ ୩ଲକ୍ଷ ୪୯ହଜାର ୧୨୫ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ କଳାରେ ୨ଲକ୍ଷ ୧୮ହଜାର ୯୦୦ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୯୭ହଜାର ୫୦୦, ବାଣିଜ୍ୟରେ ୨୫ହଜାର ୭୦୦ ଏବଂ ଧନ୍ଦାମୂଳକ ଶିକ୍ଷା ଲାଗି ୭ହଜାର ୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀ ଲାଗି ଆବଶ୍ୟକ ୨୩ଲକ୍ଷ ଉତ୍ତରଖାତା ପ୍ରସ୍ତୁତ କରାଯାଇଛି । ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆୀ ୨୭ତାରିଖରୁ ଆରମ୍ଭ ହୋଇଛି ।

ଫେବୃଆରୀ ୫ତାରିଖ ମଧ୍ୟରେ ସୁବିଧା ଅନୁଯାୟୀ ପ୍ରାକ୍ଟିକାଲ ପରିକ୍ଷା କରିବାକୁ ନିର୍ଦ୍ଦେଶ ଥିବା ବେଳେ ୧୦ଟାରୁ ୧ଟା କିମ୍ବା ଦିନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷାକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନେକ କଲେଜରେ ଏକ୍ସଟର୍ନାଲଙ୍କ ଅଭାବ ଏବଂ କିଛି ସାମାନ୍ୟ ତ୍ରୁଟି ଲାଗି ରାଜ୍ୟର ପ୍ରାୟ ୧୦୭ଟି ଜୁନିୟର କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ନିର୍ଦ୍ଦାରିତ ତାରିଖ ମଧ୍ୟରେ ଶେଷ ହୋଇପାରିଲା ନାହିଁ । ତେଣୁ ବ୍ୟକ୍ତିଗତ ଭାବେ ଗୋଟିଏ ଲେଖାଏଁ କଲେଜକୁ ଅନୁମତି ନଦେଇ ସବୁ କଲେଜ ଲାଗି ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେବେ ୮ତାରିଖ ସୁଦ୍ଦା ଯେଉଁ ସବୁ କଲେଜରେ ପ୍ରାକ୍ଟିକାଲ ହେବ ନାହିଁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.