Latest Odisha News

BREAKING NEWS

ଆଣ୍ଟୋନି ବ୍ଲିଙ୍କେନ୍ ହୋଇପାରନ୍ତି ଆମେରିକାର ଆଗାମୀ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନ୍‌ଙ୍କ କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଜୋ ବାଇଡେନ୍‌ ତାଙ୍କ କ୍ୟାବିନେଟ ଗଠନ ଆରମ୍ଭ କରିଥିଲେ। ଜୋ ବାଇଡେନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ନିର୍ଦ୍ଦେଶ ଦିଆଯାଇପାରେ।

ଆଣ୍ଟୋଏନ୍ ବ୍ଲିଙ୍କେନ୍, ଯିଏକି ବାଇଡେନ୍‌ଙ୍କ ସହ ପରାମର୍ଶଦାତା ଭାବରେ ଗତ କିଛି ବର୍ଷ ଧରି ଜଡିତ ଥିଲେ। ଏଥିସହ ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ଘନିଷ୍ଠ ସହଯୋଗୀ ଜେକେ ସଲିଭାନଙ୍କୁ ଜୋ ବାଇଡେନ୍‌ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାବରେ ନିଯୁକ୍ତ କରିବାକୁ ଯାଉଛନ୍ତି। ମଙ୍ଗଳବାର ଦିନ ବାଇଡେନ୍‌ ତାଙ୍କ କ୍ୟାବିନେଟ ଘୋଷଣା କରିପାରନ୍ତି।

Comments are closed.