Latest Odisha News

ନିଜ ଜନ୍ମଦିନରେ କାହିଁକି ନିଜକୁ ଗୁଳି କରି ହତ୍ୟା କଲା ତିନି ବର୍ଷର ଶିଶୁ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ନିଜ ଜନ୍ମଦିନ ପାର୍ଟିରେ ତିନି ବର୍ଷର ଶିଶୁ ନିଜକୁ ଗୁଳି କରି ହତ୍ୟା କରିଥିବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସର ସୂଚନାନୁସାରେ, ପାର୍ଟି ସମୟରେ ପିଲାଟି ନିଜ ଘରୁ ପିସ୍ତଲ ପାଇଥିଲା, ଯାହା ଫଳରେ ସେ ନିଜ ଉପରେ ଗୁଳି ଚଳାଇଥିଲା।
ହ୍ୟୁଷ୍ଟନ୍‌ରୁ ପ୍ରାୟ ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ପୋର୍ଟର୍ ଅଞ୍ଚଳରେ ଜଣେ ତିନି ବର୍ଷର ଶିଶୁ ତା ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରୁଥିଲା। ଘରେ ଥିବା ସବୁ ବଡ ସଦସ୍ୟ କାର୍ଡ ଖେଳରେ ମଜି ଯାଇଥିଲେ। ହଠାତ୍ ସେତେବେଳେ ତାଙ୍କୁ ଗୁଳିର ଶବ୍ଦ ଶୁଣାଯାଇଥିଲା। ତେବେ ଶବ୍ଦଟି ଅନ୍ୟ କାହାର ନଥିଲା ବରଂ ଶିଶୁଟି ନିଜ ଉପରେ ଗୁଳି ଚାଳନା କରି ନିଜକୁ ହତ୍ୟା କରିଥିଲା।
ସୂଚନା ମୁତାବକ ଶିଶୁଟିକୁ ଛାତିରେ ଗୁଳି ବାଜିଥିଲା। ଶିଶୁଟିକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାର ମୃତ୍ୟୁ ଘଟିଥିଲା। ଅଧିକାରୀ କହିଛନ୍ତି ଯେ ଯେଉଁ ପିସ୍ତଲରୁ ଶିଶୁଟି


ନିଜେ ଗୁଳି ଚଳାଇଥିଲା, ସେହି ପିସ୍ତଲଟି ତା ସମ୍ପର୍କୀୟଙ୍କ ପକେଟରୁ ଖସିପଡିଥିଲା।
ଉଲ୍ଲେଖ ଥାଉ କି, ଚଳିତ ବର୍ଷ ଆରମ୍ଭରୁ ଦେଶରେ ଏଭଳି ୨୨୯ଟି ଘଟଣା ଘଟିଛି ଯାହା ଫଳରେ ୯୭ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.