Latest Odisha News

BREAKING NEWS

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ ଆଧାରିତ । ନିକଟରେ ଏହି ଫିଲ୍ମର ସୁଟିଂ ପାଇଁ ରାସ୍ତାର କଣ୍ଟା ସାଜିଛି ଇଟାଲୀ । ଏ ନେଇ ଖୋଦ ନିର୍ଦ୍ଦେଶକ ଓ ଅଭିନେତା ପ୍ରଭାସ୍ ବି ଚିନ୍ତାରେ ପଡିଛନ୍ତି ।

କରୋନା ମହାମାରୀ ପୂର୍ବରୁ ଫିଲ୍ମର ଶତକଡା ୩୦ ଭାଗ ସୁଟିଂ ସରିଥିଲା । ବହୁ କଷ୍ଟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲାବେଳେ ନିର୍ଦ୍ଦେଶକ ସାମାନ୍ୟ ଖୁସୀ ଥିଲେ । ହେଲେ ଏବେ ଇଟାଲୀର ତାଜା ସ୍ଥିତି ଏତେଟା ଭଲ ନାହିଁ । କରୋନା ସଂକ୍ରମଣରେ ବୃଦ୍ଧି ଇଟାଲୀର ଚିନ୍ତା ବଢାଇଥିବାବେଳେ ସେଠିକାର ସରକାର ଭିଡ କମ୍ କରିବା ପାଇଁ ୪ହଜାର ଥିଏଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ଫିଲ୍ମ ରାଧେ ଶ୍ୟାମର ସୁଟିଂ ପାଇଁ ଇଟାଲୀ କେତେଦୂର ଅନୁମତି ଦେବ, ତାହା ଏବେ ବି ଅନିଶ୍ଚିତତା ଘେରରେ ।

Leave A Reply

Your email address will not be published.