ଭୁବନେଶ୍ଵର: ଆଜିକାଲି ବଜାରରେ ସହଜରେ ଯେକୌଣସି ସନମୟରେ ଲେମ୍ବୁ ମିଳିଯାଉଛି । ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ । ଲେମ୍ବୁ ଖାଇବାର ଅନେକ ଫାଇଦା ଅଛି । ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ କାଗେଜି ଲେମ୍ବୁ। ତେବେ ଆସନ୍ତୁ ଜାଣିବା କଣ ସେ ସବୁ ଫାଇଦା ଗୁଡିକ ।
ଯଦି ଆପଣଙ୍କର ହଜମ କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଆପଣ ଲେମ୍ବୁ ରସ ସେବନ କରିବା ଉଚିତ୍ । ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ, ଯଦି ଆପଣ ବାନ୍ତି କରୁଛନ୍ତି, ତେବେ ଅଧା କପ୍ ପାଣିରେ ଲେମ୍ବୁ ରସ ,ଜୀରା ଏବଂ ଅଳେଇଚ ଗୁଣ୍ଡ ମିଶାଇ ଏହାକୁ ଦୁଇ ଘଣ୍ଟା ବ୍ୟବଧାନ ପରେ ପିଇବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଏ ।
ଚର୍ମରେ ଦାଗ ଏବଂ ବ୍ରଣ ଜନିତ ସମସ୍ୟାରେ ଲେମ୍ବୁ ରସ ପ୍ରତିଦିନ ମୁହଁରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଚେହେରାର ରଙ୍ଗ ସଫା ହେବା ସହ ବ୍ରଣରୁ ଆରାମ ମିଳିଥାଏ । ଲେମ୍ବୁ କେଶ ଝଡିବା ସମସ୍ୟା ଦୂର କରିଥାଏ । ଓଜନ କିମ୍ବା ମେଦବହୁଳତା କମାଇବା ପାଇଁ ଲେମ୍ବୁ ରସ ବହୁ ଉପକାରୀ ଅଟେ । ପ୍ରତିଦିନ ସକାଳେ ଏକ ଗ୍ଲାସ୍ ପାଣିରେ ଗୋଟିଏ ଲେମ୍ବୁ ରସ ଏବଂ ଦୁଇ ଚାମଚ ମହୁ ମିଶାଇ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
Comments are closed.