ନୂଆଦିଲ୍ଲୀ: ଏଣିକି ବନ୍ଦ ଘରେ ତଥା ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ ସିଏସ୍ଆଇଆର୍ (କାଉନସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ପରାମର୍ଶ ଦେଇଛି ।
ସଂକ୍ରମିତଙ୍କ ବ୍ୟକ୍ତିଙ୍କ ଛିଙ୍କ ବା କାଶ ଦ୍ୱାରା ବାହାରୁଥିବା ଡ୍ରପ ଲେଡ୍ ଅନେକ ସମୟ ଧରି ବାୟୁରେ ରୁହେ । ଏଥିପାଇଁ ଅନ୍ୟମାନଙ୍କୁ ସଂକ୍ରମଣ ହେବା ଅଶଙ୍କା ରହିଥାଏ । ତେଣୁ ଏଥିରୁ ସୁରକ୍ଷିତ ରହିବା ପାଇଁ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି ।
୩୨ଟି ଦେଶର ୨୩୯ ବୈଜ୍ଞାନିକ ଡବ୍ଲୁଏଚଓକୁ ଚିଠି ଲେଖି ବାୟୁରେ କରୋନା ସଂକ୍ରମଣ ହେଉଥିବା ନେଇ ଜଣାଇଥିଲେ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଏବଂ ସମସ୍ତଙ୍କ ପାଇଁ ଆବଶ୍ୟକ । ଶ୍ୱାସକ୍ରିୟା ଦ୍ୱାରା ହିଁ କରୋନା ସଂକ୍ରମଣ ହେଉଛି । କାଶ ଓ ଛିଙ୍କ ଦ୍ୱାରା ବାହାରୁଥିବା ବୁନ୍ଦା ତଳେ ପଡୁଥିବା ବେଳେ ଛୋଟ କଣିକା ବାୟୁରେ ଅଧିକ ସମୟ ଧରି ରହିଥାଏ । ତେଣୁ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।
Comments are closed.