Latest Odisha News

BREAKING NEWS

ଜେବ୍ରା ଛୁଆକୁ ବଂଚାଇବା ପାଇଁ ନିଜକୁ ରଙ୍ଗରେ ରଙ୍ଗେଇଦେଲେ ଚିଡିଆଖାନାର କର୍ମଚାରୀ

ନାଇରୋବି: କେନିୟାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସିଂହ ଆକ୍ରମଣରେ ମାଆ ଜେବ୍ରାର ମୃତ୍ୟୁ ଘଟିଥିଲା । ପାଖରେ ଲୁଚି ରହିଥିବା ଜେବ୍ରା ଛୁଆଟି ଭୟଭୀତ ହୋଇ ପଡିଥିଲା । ତାକୁ ବଂଚାଯିବା ପରେ ସାଭୋ ଇଷ୍ଟ ନ୍ୟାଶନାଲ ପାର୍କକୁ ଅଣା ଯାଇଥିଲା । ତେବେ ସେ ତା ମାଆକୁ ଝୁରିବା ଛାଡି ନ ଥିଲା । ଖାଦ୍ୟ ପାନୀୟ ପ୍ରତି ଗୁରୁତ୍ୱ ନ ଦେବାରୁ ସମସ୍ତେ ବ୍ୟସ୍ତ ହୋଇ ପଡିଲେ କାରଣ ଏହା ହେଲେ ଛୁଆଟି ବେଶୀ ଦିନ ବଂଚିବ ନାହିଁ । ଶେଷରେ ଜଣେ କର୍ମଚାରୀ ନିଜକୁ ଜେବ୍ରା ରଙ୍ଗରେ ରଙ୍ଗେଇ ଛୁଆ ପାଖକୁ ଯାଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଛୁଆଟି ପାଖକୁ ଆସିବା ସହ ଖୁସିରେ ଖାଇବା ପିଇବା ଆରମ୍ଭ କରିଥିଲା ।

ଅନ୍ୟ ଅର୍ଥରେ ଉକ୍ତ କର୍ମଚାରୀ ତାର ମାଆ ପାଲଟି ଯାଇଥିଲା । ଏହା ଜଣାପଡିବା ପରେ ଏଥିନେଇ ଜେବ୍ରା ରଙ୍ଗର ଏକ କୋର୍ଟ ପ୍ରସ୍ତୁତ କରାଗଲା । ଯେଉଁ କର୍ମଚାରୀ ସେହି ଛୁଆ ପାଖକୁ ଯାଉଥିଲେ ସେ ଉକ୍ତ ପୋଷାକଟି ପିନ୍ଧୁଥିଲେ । ଏବେ କର୍ମଚାରୀ ଓ ଜେବ୍ରା ଛୁଆ ମଧ୍ୟରେ ନିବୀଡ ସ୍ନେହ ସମ୍ପର୍କ ସ୍ଥାପିତ ହୋଇଯାଇଛି ।

Leave A Reply

Your email address will not be published.