Latest Odisha News

BREAKING NEWS

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ଚାଷୀମାନେ ସବୁଜ ଫର୍ମ ପୂରଣ କରି ନିଜେ ସବୁଜ ଡ୍ରପ ବକ୍ସରେ ପକାନ୍ତୁ । ଯଦି ସବୁଜ ଫର୍ମ ପାଇବାରେ ଆବେଦନକାରୀ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ସବୁଜ ଫର୍ମର ନକଲକୁ ସବୁଜ ଫର୍ମ ଆବେଦନ ପତ୍ର ଭାବରେ ବ୍ୟବହାର କରିପାରିବେ ।

କାଳିଆ ୱେବସାଇଟ୍  www.kalia.co.in କୁ ଯାଇ ସେଥିରେ ଥିବା ସବୁଜ ଫର୍ମକୁ ଡ଼ାଉନଲୋଡ଼ କରି ତାକୁ ମଧ୍ୟ ସବୁଜ ଫର୍ମ ଆବେଦନ ପତ୍ର ଭାବେ ବ୍ୟବହାର କରିହେବ ବୋଲି ସୂଚନା ମିଳିଛି ।

କାଳିଆ ବାର୍ତ୍ତା ସବିଶେଷ ତଥ୍ୟ:

କୌଣସି ବ୍ୟକ୍ତି ୦୮୦୬୧୧୭୪୨୨୨ ନମ୍ବରକୁ ଯାଇ ମିସକଲ୍ କଲେ ତାଙ୍କର ମୋବାଇଲ୍ ଫୋନକୁ ଆପେ ଆପେ କାଳିଆ ଯୋଜନା ସମ୍ପର୍କରେ ବିଭିନ୍ନ ସୂଚନା ଏସଏମଏସ ପାଠାଯାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ୨.୫୭ ଲକ୍ଷ କୃଷକ ଯୋଗଦାନ କରିପାରିଛନ୍ତି ।

‘କାଳିଆ ’ ଯୋଜନା ବିଷୟରେ ଜାଣିବା ପାଇଁ ୧୯ ଲକ୍ଷ ୫୩ ହଜାରରୁ ଅଧିକ ଏସଏମଏସ ଲୋକମାନଙ୍କୁ ବିଭାଗ ପକ୍ଷରୁ ପଠାଇ ଦିଆଯାଇଛି । ଆଜି ସୁଦ୍ଧା ୩ ଲକ୍ଷ ‘କାଳିଆ ୱେବସାଇଟ’କୁ ବ୍ୟବହାର କରି ଏହି ଯୋଜନା ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।

ମୋବାଇଲ୍ ଫୋନ: ୦୮୦୬୧୧୭୪୨୨୨

‘କାଳିଆ ୱେବସାଇଟ’ : www.kalia.co.in‘ 

 

Leave A Reply

Your email address will not be published.