Latest Odisha News

BREAKING NEWS

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ

କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି।

ଏଥିସହିତ ୩ ଜଣଙ୍କୁ ଗିରଫ କରିଛି ପେଲିସ । ଗିରଫ ଅଭିଯୁକ୍ତ ମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୁରେଶ ବେହେରା ଏବଂ ରୋଡ଼ ଗାଁର ପାଣ୍ଡବ ପୃଷ୍ଟି । ପାଣ୍ଡବ ପୃଷ୍ଟି ନକଲି ମଦ ତିଆରି କରି ଅଞ୍ଚଳରେ ବିଭିନ୍ନ ଅସାଧୁ ବ୍ୟବସାୟୀକୁ ଯୋଗାଇ ଆସୁଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି । ସେହିପରି ଲୋଧଣୀ ଗାଁର ସୁରେଶ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୋଲିସ । ଏନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.