Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ଭାଙ୍ଗିବ ଏହି ୧୦ ରେକର୍ଡ

ପୁରୀ: ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ୧୩ ନଭେମ୍ବରରେ ଜଣାପଡିବ କେଉଁ ଟିମ ବାଜି ମାରିବ । ତେବେ ଏହି ବିଶ୍ୱକପରେ ୧୦ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା କଣ ସେହି ରେକର୍ଡ..
୧.ସର୍ବାଧିକ ବ୍ୟକ୍ତିଗତ ରନ: ଟି୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ରନ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ସଂଗ୍ରହ କରିଛନ୍ତି । ସେ ୩୧ ମ୍ୟାଚରେ ୧୦୧୬ ରନ କରିଛନ୍ତି । ରୋହିତ ଶର୍ମା (୮୪୭) ଓ ବିରାଟ କୋହଲି (୮୪୫)ଏହି ରେକର୍ଡ ଭାଙ୍ଗି ପାରନ୍ତି ।
୨.ସର୍ବାଧିକ ଶତକ: ଟି୨୦ ବିଶ୍ୱକପରେ ୮ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୨ଟି ଶତକ ମାରି ଆଗରେ ଅଛନ୍ତି । ବ୍ରେଣ୍ଡନ ମ୍ୟାକକୁଲାମ, ଆଲେକ୍ସ ହେଲ୍ସ, ଅହମ୍ମଦ ଶେହଜାଦ, ତାମିମ ଇକବାଲ, ଜୋସ ବଟଲର, ସୁରେଶ ରାଇନା, ମାହେଲା ଜୟବର୍ଦ୍ଧନେ ଗୋଟିଏ ଲେଖାଁଏ ଶତକ ମାରିଛନ୍ତି ।

୩.ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ସ୍କୋର: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବିଶ୍ୱକପରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସେ ୧୦ ଥର ଏହି ସଫଳତା ହାସଲ କରିଥିବା ବେଳେ ରୋହିତ (୮ଥର) ତାଙ୍କ ପଛକୁ ରହିଛନ୍ତି ।
୪.ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ: ଗୋଟିଏ ଟି୨୦ ବିଶ୍ୱକପରେ ସର୍ବାଧିକ ରନ ବିରାଟ କୋହଲିଙ୍କ ନାମରେ ରହିଛି । ୨୦୧୪ରେ ସେ ୬ ମ୍ୟାଚରେ ୩୧୯ ରନ କରିଥିଲେ । ଏଥର ବାବର ଆଜମ, ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ରିଜୱାନଙ୍କ ପରି ଖେଳାଳି ଏହି ରେକର୍ଡ ଭାଙ୍ଗି ପାରନ୍ତି ।
୫.ସର୍ବାଧିକ ୱିକେଟ ହାସଲକାରୀ ବୋଲର: ବାଂଲାଦେଶ ସ୍ପିନର ଶାକିବ ଉଲ ହାସନ ସର୍ବାଧିକ ୪୧ ୱିକେଟ ଅକ୍ତିଆର କରିଛନ୍ତି । ଭାରତର ରବିଚନ୍ଦ୍ରନ ଅଶ୍ୱୀନ ୨୬ ୱିକେଟ ସହ ତାଙ୍କ ପଛକୁ ରହିଛନ୍ତି ।

୬.ସବୁଠାରୁ ଅଧିକ ୪ରୁ ଊର୍ଦ୍ଧ୍ୱ ୱିକେଟ: ପାକିସ୍ତାନର ସଏଦ ଆଜମଲ ଓ ବାଂଲାଦେଶର ଶାକିବ ଉଲ ହାସନ ୩ ଥର ଏହି ସଫଳତା ହାସଲ କରିଛନ୍ତି ।
୭.ଗୋଟିଏ ବିଶ୍ୱକପରେ ସର୍ବାଧିକ ୱିକେଟ: ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ଗୋଟିଏ ବିଶ୍ୱକପରେ ସର୍ବାଧିକ ୧୬ ରେକର୍ଡ ନେଇଛନ୍ତି । ଏଥର ଏହି ରେକର୍ଡ କିଏ ଭାଙ୍ଗିବ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
୮. ସବୁଠାରୁ ଅଧିକ କ୍ୟାଚ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ସର୍ବାଧିକ ୨୩ କ୍ୟାଚ ନେଇଛନ୍ତି । ମାର୍ଟିନ ଗୁପଟିଲ ତାଙ୍କ ପଛକୁ ୧୯ କ୍ୟାଚ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

୯. ଅଧିକ ଆଉଟ କରାଇଥିବା ୱିକେଟକିପର: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ୩୨ ଡିସମିସାଲ କରିଛନ୍ତି । କ୍ୱିଂଟନ ଡିକକ(୧୫) ତାଙ୍କ ପଛକୁ ରହିଛନ୍ତି ।
୧୦. ଗୋଟିଏ ବିଶ୍ୱକପରେ ଅଧିକ ଡିସମିସାଲ କରିଥିବା ୱିକେଟ କିପର: ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସ ଗୋଟିଏ ବିଶ୍ୱକପରେ ସର୍ବାଧିକ ୯ ଡିସମିସାଲ କରିଛନ୍ତି । ଗତ ସଂସ୍କରଣରେ ମାଥ୍ୟୁ ୱାଡେ ସମକକ୍ଷ ହୋଇଥିଲେ ମଧ୍ୟ ଭାଙ୍ଗିପାରି ନ ଥିଲେ ।

Leave A Reply

Your email address will not be published.