Latest Odisha News

୧୦୦୦ ରୁ ଅଧିକ ଦର୍ଶକଙ୍କ ସହ ଉତ୍କଳ ଦିବସ ପାଳିତ

ୟୁନାଇଟେଡ କିଙ୍ଗଡମ : ବ୍ରିଟେନ ଓଡ଼ିଶା ସୋସାଇଟି ଏବଂ ଓଡ଼ିଆ ସାଂସ୍କୃତିକ ସଙ୍ଗଠନ, ଲଣ୍ଡନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଦର୍ଶକ ଯୋଗଦେଇଥିଲେ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ,ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡକ୍ଟର ଅମର ପଟ୍ଟନାୟକ , ସୁରେଶ କୁମାର ରାଉତରାୟ ଏବଂ ବିଷ୍ଣୁପଦ ସେଠୀ ପ୍ରମୁଖ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ତାଙ୍କ ରଚିତ କବିତା ଆବୃତ୍ତି କରିଥିବା ବେଲେ କଣ୍ଠଶିଳ୍ପୀ ସୁଶ୍ରୀ ସୁସ୍ମିତା ଦାସ ସଙ୍ଗୀତ ଗାନ କରିଥିଲେ। ଅନଲାଇନ ମାଧ୍ୟମରେ ଓଡ଼ିଶାର ପ୍ରସିଦ୍ଧ ଯୋଡ଼ି ଶଙ୍ଖ ଏବଂ ପାଇକ ନୃତ୍ୟ ବିଶିଷ୍ଟ କଳାକାର ମାନେ ପରିବେଷଣ କରିଥିଲେ।

ଏଥିସହିତ ବ୍ରିଟେନରୁ ଓଡ଼ିଆ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ, ୟୁଏଇ, ରୁଷିଆ , ବାହାରିନ, ଅଷ୍ଟ୍ରେଲିଆ, କୁଏତ , ସିଙ୍ଗାପୁର, କତାର, ଥାଇଲ୍ୟାଣ୍ଡ, ନାଇଜେରିଆ କେନିଆ ଓ ଆମେରିକାର ପ୍ରତିନିଧି ଯୋଗ ଦେଇଥିଲେ।

Comments are closed.