Latest Odisha News

BREAKING NEWS

କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ: ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ

ଭୁବନେଶ୍ବର: ଉତ୍କଳ ଦିବସ ପାଳନ ଉପରେ କଟକଣା । କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ଆସିଛି ଗାଇଡଲାଇନ୍ । ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।

ଉତ୍କଳ ଦିବସ ପାଳନ ଅବସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

ଏହାସହ ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।

କରୋନା ନିୟମ ପାଳନ କରି ଯଦି ଅନ୍ୟ କୌଣସି ସଂଗଠନ ଉତ୍କଳ ଦିବସ ପାଳନ କରିବାକୁ ଚାହିଁବେ ତାହାଲେ ଜିଲ୍ଲାପାଳ, ମୁନିସିପାଲ ଚେୟାରମ୍ୟାନଙ୍କ ଠାରୁ ଅନୁମତି ନେଇପାରିବେ । 

Leave A Reply

Your email address will not be published.