Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁନର୍ବାର ଧାର୍ଯ୍ୟ ହେଲା ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରଳୟଙ୍କରୀ ବାତ୍ୟାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ପୁନର୍ବାର ପରୀକ୍ଷା ସମ୍ପର୍କରେ ଘୋଷଣା ହୋଇ ମେ ୨୧ ତାରିଖରେ ଏହା ଅନୁଷ୍ଠିତ ହେବାକୁ ତାରିଖ ଧାର୍ଯ୍ୟ ହୋଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି, ସମସ୍ତ ସ୍ନାତୋକତ୍ତର ପରୀକ୍ଷା ମେ ୨୧ ତାରିଖରୁ ଆରମ୍ଭ ହେବ । ସେହିପରି ଜୁଲାଇ ୧ ତାରିଖରୁ ଏଲଏଲବି ୬ଷ୍ଠ ସେମେଷ୍ଟର ପରୀକ୍ଷା ଅନୁଷ୍ଠିତ ହେବାର ସୂଚନା ହସ୍ତଗତ ହୋଇଛି । ରେଗୁଲାର୍ ଏବଂ +୩ର ବ୍ୟାକ୍ ପେପର୍ ପରୀକ୍ଷା ଜୁନ ୨୦ ତାରିଖରୁ ଆରମ୍ଭ ହେବ । ବିବିଏ ଏବଂ ବିସିଏର ୬ଷ୍ଠ ସେମେଷ୍ଟର ପରୀକ୍ଷା ମେ ୩୦ ତାରିଖରେ ଅନୁଷ୍ଠିତ ହେବ ।

ସେହିପରି ମେ ୩୦ ତାରିଖରୁ ଏମ ଫାର୍ମା ୧ମ ସେମେଷ୍ଟର୍ ପରୀକ୍ଷା ଅନୁଷ୍ଠିତ ହେବ ।

ବାତ୍ୟା ଯୋଗୁଁ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାକୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେଇଥିଲେ । ମାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାତ୍ୟା ଜନିତ କ୍ଷୟକ୍ଷତି ତଥା ପରିସର ମଧ୍ୟରେ ବଡ଼ ବଡ଼ ଗଛ ଏପର୍ଯ୍ୟନ୍ତ ପଡ଼ିରହିଥିବା ଯୋଗୁଁ ପରୀକ୍ଷାକୁ ପୁନର୍ବାର ଘୁଞ୍ଚାଇ ଦିଆଯାଇଥିଲା ।

ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୭ପର୍ଯ୍ୟାୟ ନିର୍ବାଚନ ମେ ୧୯ ତାରିଖରେ ଅନୁଷ୍ଠିତ ହେବ । ତେବେ ମେ ୨୩ ତାରିଖରେ ସମସ୍ତ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଗଣନା ସହିତ ଫଳାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.