Latest Odisha News

BREAKING NEWS

ଭାରତୀୟ ବାୟୁସେନାରେ ସାମିଲ ହେଲା ଆପାଚି ହେଲିକପ୍ଟର, ବୃଦ୍ଧି ପାଇବ ସାମରିକ ଶକ୍ତି

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଆପାଚି ହେଲିକପ୍ଟର ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ ।

ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।

ବାୟୁସେନା ପକ୍ଷରୁ ଏୟାର ମାର୍ଶଲ ଏ.ଏସ ବୁଟୋଲା ଯୋଗଦେଇ ଏଚ-୬୪ଇ(ଆଇ) ଆପାଚି ଗାର୍ଡିୟନ ହେଲିକପ୍ଟରକୁ ଗ୍ରହଣ କରିଥିଲେ। ପରେ ଚୁକ୍ତି ଅନୁଯାୟୀ ଅନ୍ୟ ୨୧ଟି ହେଲିକପ୍ଟର ମାର୍ଚ୍ଚ ୨୦୨୦ ସୁଦ୍ଧା ଭାରତୀୟ ବାୟୁ ସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଜୁଲାଇରେ ଏହି ହେଲିକ୍ୟାପ୍ଟରର ପ୍ରଥମ ବ୍ୟାଚ୍ ଭାରତ ଆସିବ ବୋଲି ସୁତ୍ରରୁ ପ୍ରକାଶ । ଆହୁରି ମଧ୍ୟ ହେଲିକ୍ୟାପ୍ଟର ପାଇଁ ଚୟନ କରାଯାଇଥିବା ଏୟାର୍ ଏବଂ ଗ୍ରାଉଣ୍ଡ କ୍ରୁ ର ଟ୍ରେନିଙ୍ଗ୍ କ୍ୟାମ୍ପ ଆମେରିକା ସେନାର ଅଲାବାମା ଏୟାର୍ ବେସରେ କରାଯାଉଛି ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ବିମାନ ଏବଂ ଅସ୍ତ୍ରଶସ୍ତ୍ର ସାମିଲ କରି ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ଆପାଚି ହେଲିକପ୍ଟରକୁ ଏଥିରେ ସାମିଲ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୨୦୧୫ ମସିହା ସେପ୍ଟେମ୍ୱର ମାସରେ ମୋଟ ୨୨ଟି ଆପାଚି ହେଲିକପ୍ଟର ପାଇଁ ୧୩ ହଜାର ୯୫୨ କୋଟି ଟଙ୍କା ବ୍ୟୟରେ ଆମେରିକା ସହ ଭାରତ ଚୁକ୍ତି କରିଥିଲା।

ଆପାଚି ଲଢୁଆ ହେଲିକ୍ୟାପ୍ଟରକୁ ଦୁନିଆର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକ୍ୟାପ୍ଟର ବୋଲି ମଧ୍ୟ କୁହାଯାଇଥାଏ ।

Leave A Reply

Your email address will not be published.