Latest Odisha News

BREAKING NEWS

ବନ୍ୟା ପୀଡ଼ିତଙ୍କ ଉଦ୍ଧାର ଲାଗି କେରଳ ଗଲେ ଓଡ଼ିଶା ‘ଏନଡ଼ିଆରଏଫ’ ଟିମ୍

ଭୁବନେଶ୍ୱର: କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି କଟକ ନିକଟସ୍ଥ ମୁଣ୍ଡଳୀରେ ଥିବା ଏନଡ଼ିଆରଏଫ ବିଭାଗର ୬ଟି ଟିମ୍ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ପହଞ୍ଚି ତୁରନ୍ତ ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନାଯାୟୀ, ଏହି ୬ଟି ଟିମ୍ରେ ସମୁଦାୟ ୧୫୦ ଜଣ କର୍ମଚାରୀ ରହିଛନ୍ତି । ଏଥିସହିତ ୧୮ଟି ପାୱାର୍ ବୋଟ୍ ଏହି ଟିମ୍ ସହିତ ରହିଛି । ମଙ୍ଗଳବାର ଦିନ ଅପରାହ୍ନରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଏହି ଟିମ୍ କୁ ନେଇ ଥିରୁବନନ୍ତପୁରମ୍ ଅଭିମୁଖେ ଯାତ୍ରା କରିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଏସମ୍ପର୍କରେ କେରଳର ଇଡ୍ଡୁକି, ତ୍ରିଶୁର, ପଲାକାଡ ଏବଂ ମଲ୍ଲାପୁରମ ଜିଲ୍ଲାରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ରେଡ୍ ଆଲର୍ଟ ଜାରି କରିଛନ୍ତି । ଆହୁରିମଧ୍ୟ ଏହି ଦକ୍ଷିଣ ଭାରତୀୟ ରାଜ୍ୟର ୯ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାନେଇ ଆଇଏମଡ଼ି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.