Latest Odisha News

BREAKING NEWS

୨୩ ଜିଲ୍ଲା କରୋନା ମୁକ୍ତ

ଲକ୍ଷ୍ନୌ: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢୁଥିବା ବେଳେ ଉତ୍ତରପ୍ରଦେଶର ୨୩ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି। ଏହାସହିତ ଆରୋଗ୍ୟ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାରାତ୍ମକ ଭୂତାଣୁ ବିଲୋପ କରିବାରେ ‘ୟୁପିର କୋଭିଡ କଣ୍ଟ୍ରୋଲ ମଡେଲ’ର ସଫଳତାକୁ ପ୍ରମାଣିତ କରିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

କୋଭିଡ ମୁକ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଆମେଥୀ, ବାଗପାତ୍‌, ବଣ୍ଡା, ବସ୍ତି, ବିଜନୋର, ଚିତ୍ରକୁଟ, ଦେଓରିଆ, ଏଟା, ଫାରୁଖବାଦ୍, ଫତେହପୁର, ଗୋଣ୍ଡା, ହମିରପୁର, ହାର୍ଡୋଇ, ଜାଉନପୁର, କାନପୁର ଦିହାତ, ମହୋବା, ମାଉ, ମୁଜାଫରନଗର, ପିଲିବହିତ, କବୀର ନାଗର, ସୀତାପୁର ଏବଂ ଉନ୍ନାଓ।

Leave A Reply

Your email address will not be published.