Latest Odisha News

BREAKING NEWS

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ ଏହି ଖବର ପ୍ରସାରିତ ହୋଇଛି ।

ପୂର୍ବରୁ ପଂଜଶିର ଅଂଚଳରୁ ତାଲିବାନମାନେ ଇଂଟରନେଟ ସେବା ବନ୍ଦ କରି ଦେଇଛନ୍ତି । ଏହା ଦ୍ୱାରା ଘାଟିରେ କଣ ହେଲା ଏହାର ଖବର ଅନ୍ୟମାନେ ଜାଣି ପାରିବେ ନାହିଁ । ଏବେ ପଂଜଶିର ଚାରି ପଟକୁ ତାଲିବାନମାନେ ଘେରି ରହିଛନ୍ତି । ମୃତାହତଙ୍କ ସମ୍ପର୍କରେ କୌଣସି ସଠିକ ରିପୋର୍ଟ ଆସି ନାହିଁ ।

Leave A Reply

Your email address will not be published.