Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା: ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଲରେ ପିଟିହେଲା ଅଡ଼ି କାର୍ । ଏଥିରେ ଜଣେ ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି ।

ମୃତକଙ୍କ ଭିତରେ ଅଛନ୍ତି ତାମିଲନାଡୁର ଡିଏମକେ ବିଧାୟକ ଓ୍ୱାଇ ପ୍ରକାଶଙ୍କ ପୁଅ କରୁଣା ସାଗର ଓ ପତ୍ନୀ ବିନ୍ଦୁ । ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ହସ୍ପିଟାଲରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ଅଡ଼ି କାର୍ ଭାଙ୍ଗି ଚୁରମାର ହୋଇଯାଇଛି ।

ସିସିଟିଭିରେ ଦୁର୍ଘଟଣା ସମୟର ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ । ଦ୍ରୁତଗତିରେ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଲରେ ପିଟି ହୋଇଯାଇଥିଲା । ଏହାପରେ ଗାଡ଼ିରୁ ତିନିଟି ଚକା ବାହାରି ଯାଇଥିବା ଦେଖିବାକୁ ମିଳିଛି । କେହି ବି ସିଟ୍ ବେଲ୍ଟ ପିନ୍ଧି ନଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.