Latest Odisha News

ଏଥର ଅଯୋଧ୍ୟାରେ ପାଳନ ହେବ ସ୍ୱତନ୍ତ୍ର ଦୀପାବଳି; ଅନ୍‌ଲାଇନ୍‌ରେ ‘ଅଯୋଧ୍ୟା ଦୀପୋତ୍ସଭ’ରେ ଭାଗ ନେଇ ପାରିବେ କୋଟି କୋଟି ଭକ୍ତ

ନୂଆଦିଲ୍ଲୀ: ଏଥର ଦୀପାବଳି ଅଯୋଧ୍ୟାରେ ସ୍ୱତନ୍ତ୍ର ହେବାକୁ ଯାଉଛନ୍ତି। ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବ। କରୋନା ସଙ୍କଟ ମଧ୍ୟରେ, ଏହି ପର୍ବ ପାଳନ କରାଯାଉଛି। ଏହା ମଧ୍ୟରେ ବହୁତ କିଛି ଡିଜିଟାଲ୍ ହୋଇଯାଇଛି। ଏଥର ‘ଅଯୋଧ୍ୟା ଦୀପୋତ୍ସଭ’ରେ କୋଟି କୋଟି ରାମ ଭକ୍ତ ଶ୍ରୀରାମଲଲା ଦରବାରରେ ଭର୍ଚୁଆଲ୍ ଉପସ୍ଥାନ କରିବେ।

ପ୍ରାୟ ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣର ସ୍ୱପ୍ନ ପୂରଣ ହେଉଛି ଏଭଳି ପରିସ୍ଥିତିରେ କୌଣସି ଭକ୍ତ ଯେପରି ରାମଙ୍କ ଦରବାରରେ ଦୀପ ପ୍ରଜ୍ଵଳନରୁ ବଞ୍ଚିତ ନ ରହୁ ସେଥିପାଇଁ ଉତ୍ତରପ୍ରଦେଶ ସରକାର ସମସ୍ତଙ୍କ ସହଭାଗିତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏକ ୱେବ୍ ପୋର୍ଟାଲ୍ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ଲୋକମାନେ ଭର୍ଚୁଆଲ୍‌ରେ ଅଯୋଧ୍ୟା ମହୋତ୍ସବରେ ଅଂଶଗ୍ରହଣ କରିପାରିବେ।

Comments are closed.