Latest Odisha News

BREAKING NEWS

ମେଟ୍ରୋ ସେବାରେ ଉତ୍ତରପ୍ରଦେଶର ନୂଆ ରେକର୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଦେଶରେ ନୂଆ ରେକର୍ଡ ସୃଷ୍ଟି କରିଛି । ୟୁପି ଦେଶର ପ୍ରଥମ ରାଜ୍ୟ ଯେଉଁଠି ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି । ଆଜି ଆଗ୍ରା ମେଟ୍ରୋର ଉଦଘାଟନ ସହିତ ଉତ୍ତରପ୍ରଦେଶ ଏହି ରେକର୍ଡ ହାସଲ କରିଛି । ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ ସହରକୁ ଆସୁଥିବା  ୬୦ ଲକ୍ଷ ପର୍ଯ୍ୟଟକଙ୍କୁ ସେବା ବାର୍ଷିକ ସେବା ଯୋଗାଇବ ମେଟ୍ରୋ । ଆଗ୍ରା ମେଟ୍ରୋ ୨ଟି କରିଡରରେ ସାମିଲ । ଯାହାର ମୋଟ ଲମ୍ବ ୨୯.୪ କିଲୋମିଟର, ଯାହା ପ୍ରମୁଖ ରେଳ ଷ୍ଟେସନ, ବସ୍, ଡିପୋ, କଲେଜ, ବଜାର ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରିବ।

ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି, ଆଗ୍ରାଠାରେ ମେଟ୍ରୋ ସେବା ଆରମ୍ଭ ହେବ ସହିତ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଅଟେ ଯଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି । ଏହା ସହ କହିଛନ୍ତି ଉତ୍ତରପ୍ରଦେଶ ଆଧୁନିକ ସୁବିଧାର ସହର, ଯାହା ପାଇଁ ମେଟ୍ରୋ ଆବଶ୍ୟକତା ।

ଉତ୍ତରପ୍ରଦେଶରେ ନୋଏଡା, ଗ୍ରେଟର ନୋଏଡା, ଗାଜିୟାବାଦ, ଲକ୍ଷ୍ନୌ ଏବଂ କାନପୁର ସହରରେ ମେଟ୍ରୋ ସେବା ପୂର୍ବରୁ ଚାଲିଛି । ବର୍ତ୍ତମାନ ରାଜ୍ୟର ଚତୁର୍ଥ ଜନବହୁଳ ସହର ଆଗ୍ରା ମଧ୍ୟ ଏହି ତାଲିକାରେ ଯୋଗ ଦେଇଛି । ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସୋସିଆଲ ମିଡିଆରେ ଆଗ୍ରା ମେଟ୍ରୋର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଆଗ୍ରାବାସୀଙ୍କ ବହୁପ୍ରତିକ୍ଷୀତ ସ୍ବପ୍ନ ପୁରଣ ହୋଇଛି । ଏହି ମେଟ୍ରୋ ସେବା ‘ବିକଶିତ ଉତ୍ତରପ୍ରଦେଶ’ ସାହାର୍ଯ୍ୟ କରିବ ।

 

Leave A Reply

Your email address will not be published.