Latest Odisha News

BREAKING NEWS

ଉତ୍ତରାଖଣ୍ଡ ଚମୋଲିରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତପୋବନ ଏନଟିପିସି ସୁଡ଼ଙ୍ଗରୁ ଆଉ ୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାହାରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଅଞ୍ଚଳରେ ଏବେ ଯାଏ ୧୫୪ ଜଣଙ୍କ ଖୋଜ ଖବର ମିଳୁନାହିଁ ।

ସୁଡ଼ଙ୍ଗ ଭିତରେ ବିଗତ ୯ ଦିନ ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁଡ଼ଙ୍ଗ ଭିତରେ ୧୪୦ ମିଟର ଯାଏ ମାଟିକୁ ବାହାର କରାଯାଇଛି । ସୁଡ଼ଙ୍ଗ ଭିତରେ ଡ୍ରିଲ୍ କରି ଫସିଥିବା ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରାଯାଉଛି । କିନ୍ତୁ, ଏଥିରେ ଏବେ ଯାଏ ସଫଳତା ମିଳିନାହିଁ ।

ତେବେ, ସୁଡ଼ଙ୍ଗରୁ ଶବ ଉଦ୍ଧାର ପରେ ବାହାର ଅପେକ୍ଷା କରି ରହିଥିବା ପରିବାରଙ୍କ ଧୈର୍ଯ୍ୟ ତୁଟିବାରେ ଲାଗିଛି । ଫେବ୍ରୁଆରୀ ୭ରେ ବରଫ ପାହାଡ଼ ଧସିବା ପରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା । ପୋଲ ଭାସିଯିବା ସହ ମଲାରୀ ସମେତ କେତେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିଲା । ରବିବାର ଗାଁକୁ ଯୋଗାଯୋଗ ପାଇଁ ସେନା ଅସ୍ଥାୟୀ ପାଦଚଲା ପୋଲ ନିର୍ମାଣ କରିଛି । ଫଳରେ ଗାଁରେ ଫସି ରହିଥିବା ଲୋକ ଆରପଟକୁ ଯାଇପାରିବେ ।

Leave A Reply

Your email address will not be published.