Latest Odisha News

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ଚାମୋଲି: ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ମଙ୍ଗଳବାର ଦିନ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ଏହି ହିମସ୍ଖଳନ ପରେ ଚାମୋଲି ଜିଲ୍ଲାର ତାପୋବନ ବିଦ୍ୟୁତ୍ ପ୍ରକଳ୍ପ ଟନେଲରେ ଫସିଥିବା ପ୍ରାୟ ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମଲ୍ଟି ଏଜେନ୍ସି ଅପରେସନ୍ ଜାରି ରହିଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରାଜ୍ୟରେ ହିମସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡିକର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି।

ଏ ନେଇ ଆମେରିକା ହିମସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। “ଏଭଳି ସମୟରେ ଆମ ଭାରତୀୟ ବନ୍ଧୁ ଏବଂ ଅଂଶୀଦାର ମାନଙ୍କ ସହି ଅଛୁ। ମୃତକଙ୍କ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ ଏବଂ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛୁ” ବୋଲି ରାଜ୍ୟ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି।

 

Comments are closed.