Latest Odisha News

କୁମ୍ଭ ମେଳା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଉତ୍ତରାଖଣ୍ଡ ସରକାର‌

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ହରିଦ୍ୱାରର କୁମ୍ଭ ମେଳା ସମୟରେ ଭୂତାଣୁ ବିସ୍ତାର ନ କରିବା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ୨୦୨୧ ହରିଦ୍ୱାର କୁମ୍ଭ ମେଳା ପାଇଁ ସଂଶୋଧିତ SOP ଜାରି କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ କୁମ୍ଭ ମେଳାରେ ଲୋକମାନେ କୋଭିଡ-୧୯ ସୁରକ୍ଷା ପ୍ରୋଟୋକଲକୁ ଉଲ୍ଲଂଘନ କରିବା ପରେ ନୂଆ ଗାଇଡ୍‌ଲାଇନ୍‌ ଘୋଷଣା କରାଯାଇଥିଲା।

“ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ। ବାହାର ଲୋକଙ୍କ ପ୍ରବେଶ ପଏଣ୍ଟରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ନେଇ ବୁଧବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

୧. ଉତ୍ତରାଖଣ୍ଡ ରାଜ୍ୟ ପରିଦର୍ଶନ କରୁଥିବା ବ୍ୟକ୍ତିଙ୍କୁ RT-PCR ନେଗେଟିଭ୍‌ ରିପୋର୍ଟ ବହନ କରିବାକୁ ପଡିବ। ଏହା ବାଧ୍ୟତାମୂଳକ ଅଟେ।

୨. ସମସ୍ତ ପରିଦର୍ଶକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ସର୍ବସାଧାରଣ ସ୍ଥାନରେ ସର୍ବଦା ମାସ୍କ ପିନ୍ଧିବାକୁ ପଡିବ।

୩. ଉତ୍ତରାଖଣ୍ଡର ସମସ୍ତ ପ୍ରବେଶ ପଏଣ୍ଟରେ କୋଭିଡ୍-୧୯ ପରୀକ୍ଷା ବୁଥ୍ ଅଛି।

୪. ନରସନ ସୀମାରେ ପରୀକ୍ଷା ବୁଥ ସ୍ଥାପନ କରାଯାଇଛି। ସମସ୍ତ ସୀମା ଅତିକ୍ରମ କରୁଥିବା ଲୋକଙ୍କୁ କୋଭିଡ୍‌ ପାଇଁ ପରୀକ୍ଷା କରିବାକୁ ପଡିବ।

୫. ହରିଦ୍ୱାର ରେଳ ଷ୍ଟେସନରେ ସମସ୍ତ ଆସୁଥିବା ଯାତ୍ରୀଙ୍କୁ RT-PCR ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବାଧ୍ୟତାମୂଳକ RT-PCR ପରୀକ୍ଷା ଦେବାକୁ କୁହାଯିବ।

Comments are closed.