Latest Odisha News

BREAKING NEWS

ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ମିଳୁଛି ଆଡମିଟ୍ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଗୁରୁବାର ଦିନ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି।

ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍ ଆଇଡିରେ ଲଗ୍ ଇନ୍ କରିବା ପରେ ବିଏସଇ ପୋର୍ଟାଲ୍ www.bseodisha.ac.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ବିଏସଇର ଉପାଧ୍ୟକ୍ଷ ନିହାର ରଂଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହି ପରୀକ୍ଷା ୪୯୧ଟି ସେଣ୍ଟରରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ।

ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ମି. ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପେପର-୨ ପରୀକ୍ଷା ଦିନ ୧୨ଟାରୁ ଦିନ ୨ଟା ୩୦ମି. ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ମୋଟ ୧,୨୫,୮୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୨,୪୭୭ ପ୍ରାର୍ଥୀ ପେପର-୧ ଏବଂ ପେପର-୨ ପାଇଁ ୫୩,୪୦୩ ପ୍ରାର୍ଥୀ ପରୀକ୍ଷା ଦେବେ।

Leave A Reply

Your email address will not be published.