Latest Odisha News

BREAKING NEWS

କୋଭିଡ୍ କଟକଣା ଭିତରେ ଚାରିଧାମ ଯାତ୍ରା

ଦେହେରାଦୁନ : ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । କରୋନା ମହାମାରୀ କାରଣରୁ ବହୁ ଦିନ ଧରି ଏହି ଯାତ୍ରାକୁ ବନ୍ଦ କରିଦିଆଯାଇଥିଲା । ଉତ୍ତରାଖଣ୍ଡ ନ୍ୟାୟାଳୟ ଏହା ଉପରୁ ରୋକ୍ ଉଠାଇଛନ୍ତି । ଏଣିକି ତୀର୍ଥଯାତ୍ରୀମାନେ ବଦ୍ରିନାଥ, କେଦାରନାଥ,ଗୋଙ୍ଗୋତ୍ରୀ ଓ ଯମୁନାତ୍ରୀ ଦର୍ଶନ କରିବାର ସୁବିଧା ପାଇପାରିବେ । ଏନେଇ ରାଜ୍ୟ ସରକାର କୋଭିଡ-୧୯ ନିୟମାବଳୀ ଅନୁସାରେ ଏସ୍ ଓ ପି ଜାରି କରିଛନ୍ତି ।

ଉଚ୍ଚ ଗଡୱାଲର ପ୍ରସଦ୍ଧ କ୍ଷେତ୍ର ବଦ୍ରିନାଥ ,କେଦାରନାଥ,ଗୋଙ୍ଗୋତ୍ରୀ ଓ ଯମୁନାତ୍ରୀ ମନ୍ଦିର ପ୍ରତିବର୍ଷ ଏପ୍ରିଲ- ମେ ମାସରେ ଦର୍ଶନ ପାଇଁ ଖୋଲେ । ହେଲେ ଏବର୍ଷ କରୋନାର ଦ୍ୱିତୀୟ ଲହରି ଯୋଗୁଁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା ସେପଟେ ଉଚ୍ଚନ୍ୟାୟାଳୟ ଦର୍ଶନ ନିମିତେ ତୀର୍ଥଯାତ୍ରୀ ମାନଙ୍କ ସଂଖ୍ୟା ସିମିତ ରଖିଛିନ୍ତି ।

ନିର୍ଦ୍ଦେଶ ଅନୁସାରେ ପ୍ରତିଦିନ ଏକ ହଜାର ଭିତରେ ଶ୍ରଦ୍ଧାଳୁ ବଦ୍ରିନାଥ ଦର୍ଶନ କରିବେ ,୮୦୦ ଶ୍ରଦ୍ଧାଳୁ କେଦାରନାଥ , ଗୌଙ୍ଗୋତ୍ର ଦର୍ଶନ ୬୦୦ ମଧ୍ୟରେ ଓ ଯମୁନାତ୍ରୀ ଦର୍ଶନ ୪୦୦ ସହ ତୀର୍ଥଯାତ୍ରୀଙ୍କ ଭିତରେ ସୀମିତ ରହିବ ।ଏନେଇ ଗାଇଡଲାଇନ ଜାରି କରାଯାଇଛି ।

ତାହା ସହ ଏସ୍ ଓ ପି ଅନୁସାରେ ଚାରିଧାମ ଯାତ୍ରା ପାଇଁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ୭୨ ଘଣ୍ଟା ପୂର୍ବରୁ ଆର୍‌ଟି- ପିସିଆର୍ ଓ କୋଭିଡ ନେଗେଟିଭ୍ ରିପୋର୍ଟ, ତା ସହ ଟିକାର ଦୁଇଟି ଟିକା ଡୋଜ ନେବା ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.