Latest Odisha News

ସ୍ଥଗିତ ହେଲା ଚାର ଧାମ ଯାତ୍ରା…

ନୈନିତାଲ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ଚାର ଧାମ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କହିଛନ୍ତି ଯେ ଚାରି ମନ୍ଦିରରେ କେବଳ ପୁରୋହିତମାନେ ରୀତିନୀତି ଅନୁସାରେ ପୂଜା କରିବେ। ଏହି ଯାତ୍ରା ମେ ୧୪ରୁ ଆରମ୍ଭ ହେବାର ଥିଲା।

ଚାର ଧାମ ଭିତରେ ରହିଛି ବଦ୍ରିନାଥ, କେଦାରନାଥ, ଗାଙ୍ଗୋତ୍ରି ଏବଂ ଯମୁନେତ୍ରି। ତୀର୍ଥଯାତ୍ରୀଙ୍କ ପଞ୍ଜୀକରଣ ଏବଂ ପରିଦର୍ଶନ ପାଇଁ ରାଜ୍ୟ ସରକାର ଏହା ପୂର୍ବରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି) ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି।

Comments are closed.