Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୮୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ମହାମାରୀ କରୋନା । ରାଜ୍ୟରେ ପ୍ରତିଦିନ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ହଟସ୍ପଟ୍ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୮୫୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୬ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୫୭ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୪୨୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୬୬ ଜଣ ଥିବା ବେଳେ, ନୟାପଲ୍ଲୀରୁ ୬୪, ଖଣ୍ଡଗିରିରୁ ୪୮ ଜଣ ପଜିଟିଭ୍ ଅଛନ୍ତି । ସେହିପରି ଓଲ୍ଡ ଟାଉନରୁ ୪୧, ଲକ୍ଷ୍ମୀସାଗରରୁ ୩୪, ଚନ୍ଦ୍ରଶେଖରପୁରରୁ ୩୭, ପୋଖରୀପୁଟରୁ ୨୨, ଝାରପଡ଼ାରୁ ୨୦, ବମିଖାଲରୁ ୧୯, ବିଜେବି ନଗରରୁ ୧୯, ନୀଳାଦ୍ରିବିହାରରୁ ୧୫, ଜୟଦେବବିହାରରୁ ୧୫, ଜାଗମରାରୁ ୧୭, ମଞ୍ଚେଶ୍ବରରୁ ୧୯ ଜଣ ଅଛନ୍ତି ।

ଆଜିର ୮୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪୩ ହଜାର ୨୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୬ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ୨୫୯ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୬୯୧୩ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.