Latest Odisha News

BREAKING NEWS

ଉତ୍ତରକାଶୀ ଟନେଲ ରେସକ୍ୟୁ: ଶେଷ ପର୍ଯ୍ୟାୟରେ ଅଟକିଲା ମେସିନ, ହାତରେ ଖୋଳିବା ପାଇଁ ଯୋଜନା

ଉତ୍ତରକାଶୀ:ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଯୋଗୁ ଅପରେଶନ ଅନ୍ତିମ ରୂପ ନେଇ ପାରୁନି । ଆଶା କରାଯାଉଥିଲା ଶୁକ୍ରବାର ସୁଦ୍ଧା ଶ୍ରମିକଙ୍କୁ ବାହାରକୁ ଅଣା ଯାଇପାରିବ । ହେଲେ ପୁଣି ଦେଖା ଦେଇଛି ସମସ୍ୟା । ଅଗର ମେସିନ ସାହାଯ୍ୟରେ ହେଉଥିବା ଖନନ କାର୍ଯ୍ୟ ଏବେ ଖୁବ ମୁସ୍କିଲ ହୋଇପଡିଛି । ମେସିନ ସାମ୍ନାରେ ଏପରି କିଛି କଠିନ ପଦାର୍ଥ ଅଟକିଛି ଯଦ୍ୱାରା ଖନନ କାମ ଆଗେଇ ପାରୁନାହିଁ ।

ଶୁକ୍ରବାର ଖନନ କାମ ଚାଲିଥିବାବେଳେ ଏମିତି କିଛି କଠିନ ଜିନିଷ ସାମ୍ନାକୁ ଆସିଥିଲଶ ଯାହାକୁ କାଟିବା ମେସିନ ପକ୍ଷେ ସମ୍ଭବ ହୋଇ ପାରି  ଥିଲା । ଏପରିକି ମେସିନର ବ୍ଲେଡ ଏହା ଭିତରେ ଫସି ଯାଇଥିଲା । ମେସିନର ଏହି ବ୍ଲେଡକୁ କାଢିବା  ଏବେ ବଡ  ସମସ୍ୟା ହୋଇ ଛିଡା ହୋଇଛି । ହେଲେ ସୁରକ୍ଷା ଏଜେନ୍ସି ପାଖରେ କୌଣସି ରାସ୍ତା ନ ଥିବା ପରି ମନେ ହେଉଛି ।

ଏ ନେଇ ଉଦ୍ଧାରକାରୀ ଏଜେନ୍ସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସି ଆଲୋଚନା ହେଉଛି । ଭର୍ଟିକାଲା ଡ୍ରିଲିଂ ଆରମ୍ଭ କରିବା ପାଇଁ ଆଲୋଚନା ହୋଇଛି । ଓଏନଜିସି, ଏସଜିବିଏନଏଲ ଏବେ ଭର୍ଟିକାଲ ଡ୍ରିଲିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏସଜିବିଏନଏଲ ଓ ଓଏନଜିସି ଟିମ ସିଲକ୍ୟାରା ସୁଡଙ୍ଗର ପାହାଡ ଉପରେ ପହଞ୍ଚିଗଲେଣି । ଡ୍ରିଲିଂ ମେସିନ ଆସିବା କ୍ଷଣି କାମ ଆରମ୍ଭ ହେବ ।

ଏପଟେ ଆଗକୁ ଆଉ ମେସିନ ନୁହେଁ, ହାତରେ କଟର ସାହାଯ୍ୟରେ ମାଟି ଖୋଳିବାକୁ ଯୋଜନା ଚାଲିଛି । ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିପାରେ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.