Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା, ଘାଟିରେ ଓଲଟିଲା ଗାଡି, ଚାଲିଗଲା ୫ଜଣଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଭୟଙ୍କର ଦୁର୍ଘଟଣା । ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ଚାଲିଗଲା ୫ଜଣଙ୍କ ଜୀବନ । ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଏକ ସିମେଣ୍ଟ ବୋଝେଇ ଟିପ୍ପର ମାଲକାନଗିରି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା । ଏହି ସମୟରେ ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ଟିପ୍ପରଟି ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ସବୁ ଶ୍ରମିକଙ୍କ ଭିତରୁ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କରି ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.