Latest Odisha News

ଆଜିଠୁ ଦୁଇଦିନିଆ ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ: ଆଜିଠୁ (ସୋମବାର) ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ଜିଲ୍ଲାର ୫ ଟି ବିଧାନସଭା କ୍ଷେତ୍ରରେ ୨୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଆଜି ସକାଳ ୯ଟା ବେଳେ ପାଣ୍ଡିଆନ ହେଲିକପ୍ଟରରେ ଆସି ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ନିକଟସ୍ଥ ଅବତରଣ କରିବା ପରେ ମାଆଙ୍କୁ ଦର୍ଶନ କରିବେ। ଏଠାରେ ମନ୍ଦିର ଉନ୍ନତି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିବେ ବୋଲି ସୂଚନା ରହିଛି।

ଏହାପରେ ତାଳଚେର କଲେଜ ପଡିଆରେ ଜନ ଅଭିଯୋଗ ଶୁଣିବେ। ଏହାପରେ ପାତ୍ରପଡା ବାୟାଣୀ ପୀଠର ବିକାଶ ପ୍ରସଙ୍ଗରେ ଆଲୋଚନା କରିବା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବେ। ମଧ୍ୟାହ୍ନ ୧ଟା ବେଳେ ବନ୍ତାଳ ଅଭିମୁଖେ ଯାତ୍ରା କରିବେ। ସେହିପରି ଅପରାହ୍ନ ୩ଟା ବେଳେ ଅନୁଗୁଳ ବିଜୁ ମୈଦାନଠାରେ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିବା ପରେ ଅପରାହ୍ନ ୪ଟା ବେଳେ ପିଟିସି ପଡିଆରେ ମିଶନ ଶକ୍ତି ଗୋଷ୍ଠୀକୁ ପାଣ୍ଡିଆନ ସମ୍ବୋଧିତ କରିବେ। ୫-ଟି ସଚିବଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ହୋଇଛି।

କୁହାଯାଉଛି ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଣ୍ଡା ଦୋକାନ ଗୁଡ଼ିକ ୨ ଦିନ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୫-ଟି ସଚିବ ଗସ୍ତ ପାଇଁ ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଛି। ସୂଚନାଥାଉକି ବୌଦ୍ଧ ଜିଳ୍ଲା ଗସ୍ତ ବେଳେ ୫-ଟି ସଚିବଙ୍କ ଗାଡ଼ି ଉପରେ ଆଣ୍ଡ ମାଡ଼ ଭଳି ଘଟଣା ସାମ୍ନାକୁ ଆସିଥିଲା। କଂଗ୍ରେସ କର୍ମୀମାନେ ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଥିଲା। ବୌଦ୍ଧ ଗସ୍ତ ପୂର୍ବରୁ ସୋନପୁର ଗସ୍ତରେ ଥିଲେ ଫାଇଭ-ଟି ସଚିବ, ସେଠି ମଧ୍ୟ ଆପ୍ କର୍ମକର୍ତ୍ତାମାନେ ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରିଥିଲେ।

Comments are closed.