ଗଜାନନ ମିଶ୍ର
ଯାଇଛି ଛିଣ୍ଡି ମେଘଙ୍କ ଡେଣା!
କଟି ଯାଇଛି ତଳ ଉପର ହେଉ ହେଉ ସବୁ ସୂତ୍ର
ମାଟି ଆଉ ଆକାଶର!
ଯେତେ ଯାହା ଗଛଙ୍କ ଡାଳ ପତ୍ର
ଆଉ ଫୁଲଫଳ ସବୁ ଆତଙ୍କିତ।
ଚାଲୁ ନି ଡଙ୍ଗା ପାଣିରେ କି ଉଡୁନି
ପବନରେ ଜରି ପୋଷାକ।
ବର୍ଷ ପରେ ବର୍ଷ ଝରକା କବାଟ ମେଲା
ଆଉ ଚାଲିଛି ମଞ୍ଜି ବୁଣା।
ମେଲା ଅଗଣା, ଯାହାକୁ ଯିଏ
ପାରୁଛି ଯୋଉଠି କରି ଚାଲିଛି ବଣା।
ଯାହା ବି ଥାଉ, କରିବାର ନାଇଁ ଦୁଃଖ,
ଯଦିଓ ବ୍ୟପର୍ଯ୍ୟସ୍ତ ପରିବହନ ବ୍ୟବସ୍ଥା।
ଥାଉ ଖାଲି ଶକ୍ତି, ସ୍ମୃତି ସହିତ ଯିବାର।
ତପୋବନ, ଟିଟିଲାଗଡ, ବଲାଙ୍ଗୀର