Latest Odisha News

BREAKING NEWS

ଇକମୋ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ କରାଗଲା ଏୟାର ଲିଫ୍ଟ

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇପଡିଥିଲା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଛି । ଆଜି କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ସ୍ପେଶାଲ କରିଡରରେ ସୃଷ୍ଟି କରି ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବା ପରେ ଏୟାର ଆମ୍ବୁଲାନ୍ସରେ କୋଲକାତା ପଠାଯାଇଛି । ସେଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାଙ୍କୁ ଇକମୋ ଚିକିତ୍ସା କରାଯିବ ।

ଗତ କିଛି ଦିନ ତଳେ ଶ୍ରୀ ପାଣିଗ୍ରାହୀ କୋଭିଡରେ ଆକ୍ରାନ୍ତ ହେବା ପରେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଫୁସ୍‌ଫୁସରେ ସଂକ୍ରମଣ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଇକମୋ ସପୋର୍ଟର ଆବଶ୍ୟକତା ଥିଲା । କିନ୍ତୁ ରାଜ୍ୟରେ ଯେହେତୁ ଇକମୋ ଚିକିତ୍ସାର ସୁବିଧା ନାହିଁ ତେଣୁ ତାଙ୍କୁ କୋଲକାତା ନିଆଯାଇଛି ।

ଏହା ପୂର୍ବରୁ ଗତ ସପ୍ତାହରେ ବ୍ରହ୍ମପୁରର ୨୪ ବର୍ଷୀୟ ଅମ୍ରିତ ପ୍ରଧାନଙ୍କୁ ଇକମୋ ଚିକିତ୍ସା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା ।

Leave A Reply

Your email address will not be published.