Latest Odisha News

BREAKING NEWS

୧୫ରୁ ୧୮ବର୍ଷର ପିଲାଙ୍କ ଟିକାକରଣ ମାସେ ଭିତରେ ଶେଷ ହେବ: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ୧୫ରୁ ୧୮ବର୍ଷର ପିଲାଙ୍କ ଟିକା ପାଇଁ ଅନଲାଇନ ପଞ୍ଜିକରଣ ୧ ତାରିଖରୁ ଆରମ୍ଭ ହେବ । ୩ତାରିଖରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ, ପରିସ୍ଥିତି ଅନୁସାରେ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ୧୫ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲିବେ । ଯେଉଁଗୁଡ଼ାକ ଆଗରୁ ଅଛି ସେଠାରେ ସକାଳେ ୧୫ରୁ ୧୮ବର୍ଷ ପିଲାଙ୍କୁ ଟିକାକରଣ କରିବେ । ଅପରାହ୍ନରେ ଅନ୍ୟମାନଙ୍କ ଟିକାକରଣ କରିବେ ।

ଆବଶ୍ୟକସ୍ଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ । ପିଲାମାନେ କୋଭାକ୍ସିନ୍ ଟିକା ନେବେ । ରାଜ୍ୟରେ ପ୍ରାୟ ୧୪ଲକ୍ଷ ଡ଼ୋଜ ଟିକା ଉପଲବ୍ଧ ଅଛି । ସଠିକ୍ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ । ପିଲାଙ୍କ ସହ ଅଭିଭାବକଙ୍କୁ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

୧୫ରୁ ୧୮ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ । ସେହିପରି ୬୦ବର୍ଷରୁ ଅଧିକ ଓ ଦୁରାରୋଗ୍ୟରେ ପୀଡ଼ିତ ୧୦ ଲକ୍ଷ ୪୭ହଜାର ୪ଶହ ହିତାଧିକାରୀ ପ୍ରିକସନ ଡ଼ୋଜ ନେବେ । ସମ୍ମଖ ଯୋଦ୍ଧା ୭ଲକ୍ଷ ୫ହଜାର ରହିଛି । ହେଲେ ୬୦୧ର୍ଷରୁ ଅଧିକ ଓ ଦୂରାରୋଗ୍ୟରେ ପୀଡ଼ିତ ହିତାଧିକାରୀ କେଉଁ ଟିକା ନେବେ ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କର ଯେହେତୁ ୧୦ତାରିଖରେ ଟିକାକରଣ କରାଯିବ । ତାହା ପୂର୍ବରୁ ଆଶା କରୁଛୁ ଆମ ପାଖକୁ ସ୍ପଷ୍ଟୀକରଣ ଆସିଯିବ ।

Leave A Reply

Your email address will not be published.