ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ବନ୍ଦ ରହିବ କରୋନା ଟିକାକରଣ । ସପ୍ତାହନ୍ତ ସଟଡାଉନ୍ ଓ ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ପ୍ରତି ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପୌରଞ୍ଚାଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ଏବଂ ଟିକା ଅଭାବକୁ ଦେଖି ରାଜ୍ୟରେ ସୋମବାର ଠାରୁ ଶୁକ୍ରବାର ଯାଏ କରୋନା ଟିକାକରଣ ନେଇ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । କୌଣସି ଟିକାକରଣ କେନ୍ଦ୍ରକୁ ସପ୍ତାହନ୍ତ ସଟଡାଉନ୍ ସମୟରେ ସାନିଟାଇଜ୍ କରାଯିବ ।
ସେହିଭଳି ଅନ୍ୟ ଏକ ଚିଠିରେ ମେ ୧ରୁ ଘରୋଇ ମେଡିକାଲ ସିଧାସଳଖ ଭ୍ୟାକ୍ସିନ୍ ପ୍ରସ୍ତୁତକାରୀଙ୍କ ଠାରୁ ଟିକା କିଣିବାକୁ କୁହାଯାଇଛି । ପୂର୍ବରୁ ଘରୋଇ ମେଡିକାଲ ଭ୍ୟାକ୍ସିନ୍ ଡୋଜ୍ ପିଛା ୨୫୦ ଟଙ୍କା ଦେଇ ଜିଲ୍ଲା ଭ୍ୟାକ୍ସିନ୍ ସେଣ୍ଟରରୁ ଟିକା ନେଉଥିଲେ ।
Comments are closed.