Latest Odisha News

BREAKING NEWS

ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ କରୋନାର ଭୟାବହତା ଜାରି ରହିଛି । ଭାଇରସକୁ ମାତ ଦେବାକୁ ଜାରି ରହିଛି ଟିକାକରଣ । କିପରି ଏହାର ମୁକାବିଲା କରାଯିବ ସେନେଇ ଅଣ୍ଟା ଭିଡିଛନ୍ତି ସରକାର । ଏଥିପାଇଁ ସାରା ରାଜ୍ୟରେ ଦ୍ରୁତ ଗତିରେ ଚାଲିଛି ଟିକାକରଣ । ତେବେ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିବ । ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ପାର୍ବଣ ସମୟରେ ମାମଲା ବଢୁଥିବାରୁ ଚିନ୍ତା ବଢ଼ିଛି । ଖାସ କରି ଭୁବନେଶ୍ବରରେ ସଂକ୍ରମଣ ଉପର ମୁହାଁ ରହିଛି । ଏହାକୁ ରୋକିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଦୈନିକ ଟେଷ୍ଟିଂ ବୃଦ୍ଧି ପାଇଁ ସ୍ବସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ସଂକ୍ରମଣକୁ ରୋକିବାକୁ ହସ୍ପିଟାଲ ଆସୁଥିବା ସମସ୍ତଙ୍କ ଆରଟିପିସିଆର କିମ୍ବା ଆଣ୍ଟିଜେନ ଟେଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।

Comments are closed.