ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ । ଅଯଥାରେ ଟିକାଦାନ କେନ୍ଦ୍ରରେ ଭିଡ଼ ନକରିବାକୁ ଅନୁରୋଧ କରିଛି ପ୍ରଶାସନ ।
ରାଉରକେଲାର ୮ଟି ଟିକାଦାନ କେନ୍ଦ୍ରରେ ମଙ୍ଗଳବାରଠାରୁ ନୂତନ ସୂଚୀ ଅନୁଯାୟୀ ଟିକାଦାନ କରାଯିବ। (କ) ୧୮ରୁ ୪୪ ବର୍ଷ ଏବଂ (ଖ) ୪୫ ବର୍ଷ ବୟସରୁ ଅଧିକ ବର୍ଗର ବ୍ୟକ୍ତିଙ୍କୁ ଦିନେ ଛଡ଼ା ଦିନେ ପାଳିକରି ଟିକା ଦିଆଯିବ। ତେଣୁ ସୂଚୀ ଦେଖି ପାଳି ଅନୁଯାୟୀ ଟିକା କେନ୍ଦ୍ରକୁ ଆସିବାକୁ ଅନୁରୋଧ। @CMO_Odisha @SecyChief @IPR_Odisha pic.twitter.com/NBNofkbfBG
— Collector and DM, Sundargarh (@DMSundargarh) May 9, 2021
ଏଥିପାଇଁ ରାଉରକେଲାରେ ୮ଟି ଟିକାଦାନ କେନ୍ଦ୍ର କରାଯାଇଛି । ଟିକାଦାନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ଟିକାକରଣ ସୂଚୀରେ ପରିବର୍ତ୍ତନ କରିଛି । ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିନେ ଛଡ଼ା ଦିନେ ପାଳିକରି ଟିକା ଦିଆଯିବ । ତେଣୁ ସୂଚୀ ଦେଖି ପାଳି ଅନୁଯାୟୀ ଟିକା କେନ୍ଦ୍ରକୁ ଆସିବାକୁ ଅନୁରୋଧ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।
ରାଉରକେଲା ସହରର ବିଭିନ୍ନ ଟିକାକରଣ କେନ୍ଦ୍ରରେ ୧୮-୪୪ ବର୍ଗର ହିତାଧିକାରୀମାନେ ଆଜି ପ୍ରଥମ ଡୋଜ୍ ଟିକା ନେଉଛନ୍ତି। ଏଥିପାଇଁ ଯୁବପିଢ଼ି ଓ ଅନ୍ୟମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ଟିକା ପାଇଁ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। pic.twitter.com/FzW2GBDR2G
— Collector and DM, Sundargarh (@DMSundargarh) May 11, 2021
୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ । ପଞ୍ଜୀକରଣ ପରେ ସ୍ଲଟ୍ ବୁକ୍ କରିପାରିବେ । ୪୫ବର୍ଷରୁ ଅଧିକ ବର୍ଗଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ସେମାନଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ । ସେମାନଙ୍କ ପାଇଁ ୱାକ୍ ଇନ୍ ବ୍ୟବସ୍ଥା ରହିଛି ।
Comments are closed.