Latest Odisha News

BREAKING NEWS

ଆଜି ପୁଣି ବଢ଼ିଲା ତୈଳଦର, ରାଜ୍ୟର ୧୨ ଜିଲ୍ଲାରେ ୯୫ ଉପରେ ପେଟ୍ରୋଲ

ଭୁବନେଶ୍ୱର: ତୈଳ କମ୍ପାନୀ ପୁଣି ମଙ୍ଗଳବାର ଡିଜେଲ ଓ ପେଟ୍ରୋଲ ଦର ବଢ଼ାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୦ ପଇସା ମହଙ୍ଗା ହୋଇଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏବେ ତେଲଦର ବଢ଼ି ବଢ଼ି ଚାଲିଛି । ନିର୍ବାଚନ ପରେ ୬ ଦିନ ମଧ୍ୟରେ ପେଟ୍ରୋଲ ୧ଟଙ୍କା ୪୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୧ ଟଙ୍କା ୬୩ ପଇସା ବଢ଼ିଛି ।

ଦର ବୃଦ୍ଧି ସହ ରାଜ୍ୟର ୧୨ଟି ଜିଲ୍ଲାରେ ପେଟ୍ରୋଲ ୯୪ ଟଙ୍କା ପାର୍ କରିଛି । ୬ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରିରେ ଲିଟର ପିଛା ୯୭ ଟଙ୍କା ୫୬ ପାଇସା ବିକ୍ରି ହେଉଥିବା ବେଳେ ନବରଙ୍ଗପୁରରେ ୯୭ ଟଙ୍କା, କୋରାପୁଟରେ ୯୬ ଟଙ୍କା ୮୪ ପଇସା, ରାୟଗଡ଼ାରେ ୯୫ ଟଙ୍କା ୯୮ ପଇସା, ନୂଆପଡ଼ାରେ ୯୫ ଟଙ୍କା ରହିଛି ।

ସେହିଭଳି ରାଜ୍ୟର ୧୩ ଜିଲ୍ଲାରେ ଡିଜେଲ୍ ଦର ୯୧ ଟଙ୍କା ଉପରେ ରହିଛି । ପେଟ୍ରୋଲ୍ ଭଳି ମାଲକାନଗିରି ଜିଲ୍ଲାରେ ଡିଜେଲ୍ ଦର ସର୍ବାଧିକ ରହିଛି । ମାଲକାନଗିରି ଜିଲ୍ଲାରେ ଡିଜେଲ୍ ଲିଟର ପିଛା ୯୪ ଟଙ୍କା ୬୩ ପଇସାରେ ବିକ୍ରି ହେଉଛି । ନବରଙ୍ଗପୁରରେ ଡିଜେଲି ଲିଟର ପିଛା ୯୪ ଟଙ୍କା ୩ ପଇସା, କୋରାପୁଟରେ ୯୩ ଟଙ୍କା ୯୪ ପଇସା, ରାୟଗଡ଼ାରେ ୯୩ ଟଙ୍କା ୮ ପଇସା ରହିଛି ।

Leave A Reply

Your email address will not be published.